Global Hunger Index: ଖାଦ୍ୟ ସଙ୍କଟ ତାଲିକାରେ ଭାରତ ସ୍ଥାନ ୧୦୧

1 min read

ନୂଆଦିଲ୍ଲୀ: ଭାରତରେ ବଢୁଛି ଖାଦ୍ୟ ସଙ୍କଟ । ପୁଷ୍ଟିହୀନତା ଓ କ୍ଷୁଧା ମେଣ୍ଟାଇବାରେ ଭାରତ ସ୍ଥିତି ଉଦବେଗଜନକ ହେଉଥିବା ଜଣାପଡିଛି। ପଡୋଶୀ ଦେଶଠାରୁ ବି ପଛରେ ରହିଛି ଦେଶ । ଭୋକ ମେଣ୍ଟାଇବାରେ ପାକିସ୍ତାନ, ବାଂଲାଦେଶ ଓ ନେପାଳଠାରୁ ପଛରେ ହିନ୍ଦୁସ୍ତାନ।

୨୦୨୦ରେ ୯୪ ସ୍ଥାନରେ ଥିବା ଭାରତ ୨୦୨୧ରେ ୧୦୧ତମ ସ୍ଥାନରେ ପହଞ୍ଚିଛି । ୧୧୬ଟି ଦେଶକୁ ନେଇ କରାଯାଇଥିବା ସର୍ଭେ ପରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା GHI । କୁପୋଷଣ, ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି ଆଦି ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ । ତେବେ ଆର୍ଥିକ ଅସ୍ଥିରତା ଥିବା ସତ୍ତ୍ବେ ପଡୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତଠାରୁ ଆଗରେ ରହିଛନ୍ତି ।

ଚୀନ୍, ବ୍ରାଜିଲ୍ ଓ କୁଏତ୍ ସମେତ ୧୮ଟି ଦେଶ ୫ରୁ କମ୍ ଜିଏଚଆଇ ସ୍କୋର୍ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଭାରତର ଜିଏଚଆଇ ସ୍କାେର୍ ୨୦୦୦ ମସିହାରେ ୩୮.୮ ରହିଥିବା ବେଳେ ୨୦୧୨ ଓ ୨୦୨୧ ମଧ୍ୟରେ ୨୮.୮-୨୭.୫ ରହିଥିଲା । ଖାସକରି ଜିଏଚଆଇ ସ୍କୋର୍ ର ଗଣନା ୪ ସୂଚକାଙ୍କ ଉପରେ ହୋଇଥାଏ । ଯେଉଁଥିରେ  ଅଳ୍ପପୋଷଣ, କୁପୋଷଣ, ଶିଶୁ ବୃଦ୍ଧି ହାର ଓ ଶିଶୁ ମୃତ୍ୟୁ ହାର ମଧ୍ୟ ସାମିଲ ରହିଛି ।

ନେପାଳ ଓ ବାଂଲାଦେଶ ୭୬ ନମ୍ବରରେ ଥିବା ବେଳେ ମିଆଁମାର ୭୧ ଓ ପାକିସ୍ତାନ ୯୨ ନମ୍ବରରେ ରହିଛି । କ୍ଷୁଧା ମେଣ୍ଟାଇବା ଓ ପୁଷ୍ଟିହୀନତାରେ ଚାଇନା, ବ୍ରାଜିଲ ଏବଂ କୁଏତ କମ୍ GHI ସ୍କୋର ପାଇଁ ଶୀର୍ଷରେ ରହିଛନ୍ତି । ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ରହିଛି ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ।

Leave a Reply