spot_img

Latest Posts

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ, ଆଜି ହେବ ନିର୍ଣ୍ଣାୟକ ଲଢ଼େଇ

ରାଞ୍ଚି: ରୋମାଞ୍ଚକର ସ୍ଥିତିରେ ଭାରତ ଇଂଲଣ୍ଡ ରାଂଚି ଟେଷ୍ଟ। ଆଜି ଚତୁର୍ଥ ଦିନ ଭାରତ ପାଇଁ ହେବ ନିର୍ଣ୍ଣାୟକ । ୨-୧ରେ ସିରିଜ୍ ଆଗୁଆ ଥିବା ଭାରତ ପାଇଁ ସିରିଜ ବିଜୟର ରହିଛି ସୁଯୋଗ । ଭାରତ ଆଗରେ  ୧୯୨ ରନର ଟାର୍ଗେଟ ରହିଛି । ଭାରତ ଦ୍ବିତୀୟ ଇଂନିସ ବ୍ୟାଟିଂ ଜାରି ରଖିଥିବାବେଳେ ଗତକାଲି ଖେଳ ଶେଷ ପର୍ଯ୍ୟନ୍ତ କୌଣସି ୱିକେଟ ନହରାଇ ୪୦ ରନ କରିଥିଲା ।

ଅଧିନାୟକ ରୋହିତ ଶର୍ମା ୨୪ ଏବଂ ଯଶସ୍ଵୀ ଜୟଓ୍ବାଲ ୧୬ ରନ କରି କ୍ରିଜରେ ଅଛନ୍ତି। ଭାରତକୁ ଏହି ଟେଷ୍ଟ ଜିତିବାକୁ ହେଲେ ଆଉ ୧୫୨ ରନ କରିବାକୁ ପଡିବ। ଆଜିର ମ୍ଯାଚ ଜିତିଲେ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ  ସିରିଜ ବିଜୟୀ ହେବ ଟିମ ଇଣ୍ଡିଆ।  ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ଏବଂ ଦ୍ଵିତୀୟ ଇନିଂସରେ ୧୪୫ ରନ କରିଥିଲା।  ଟିମ ଇଣ୍ଡିଆ ସ୍ପିନର ଆର ଅଶ୍ଵୀନଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲେ ବ୍ରିଟିଶ ଦଳ। ୫୧ ରନ ଦେଇ ୫ଟି ୱିକେଟ ନେଇଥିଲେ ଅଶ୍ଵୀନ। ସେହିପରି କୁଳଦୀପ ଯାଦବ ୨୨ ରନ ଦେଇ ୪ଟି ୱିକେଟ ନେଇଥିଲେ। ରବୀନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ ମିଳିଥିଲା। ଭାରତ ପ୍ରଥମ ଇଂନିସରେ ୩୦୭ ରନ କରିଥିଲା। ଧ୍ରୁବ ଜୁରେଲ ୯୦ ରନ କରିଥିବାବେଳେ ଯଶସ୍ଵୀ ଜୟସ୍ଵାଲ ଦ୍ବିତୀୟ ସର୍ବାଧିକ ୭୩ ରନ କରିଥିଲେ। ଶୁବମନ ଗିଲ ୩୮ ଏବଂ କୁଲଦୀପ ଯାଦବ ୨୮ ରନ କରିଥିଲେ। ପ୍ରଥମ ଇଂନିସରେ ଇଂଲଣ୍ଡର ଶୋଏବ ବଶୀରଙ୍କୁ ସର୍ବାଧିକ ୫ ୱିକେଟ ମିଳିଥିଲା ।

Latest Posts

Don't Miss