ଏଜବାଷ୍ଟନ ଟେଷ୍ଟର ଚତୁର୍ଥ ଦିନ: ଦ୍ୱିତୀୟ ଇନିଂସରେ ୨୪୫ ରନରେ ଭାରତ ଅଲଆଉଟ୍

1 min read

ବର୍ମିଂହାମ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବାଷ୍ଟନ ଟେଷ୍ଟର ଆଜି ହେଉଛି ଚତୁର୍ଥ ଦିନ । ଭାରତ ନିଜର ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ ହରାଇ ୨୪୫ ରନ୍ ସଂଗ୍ରହ କରିଛି  । ଦ୍ୱିତୀୟ ଇନିଂସ ଶେଷ ସହ ଇଂଲଣ୍ଡ ଆଗରେ ଭାରତ ୩୭୮ ରନର ଲକ୍ଷ୍ୟ ରଖିଛି  । ଭାରତ ନିଜର ପ୍ରଥମ ପାଳିରେ ୪୧୬ ରନ୍ କରିଥିଲା ଏବଂ ଇଂଲଣ୍ଡ ନିଜ ପ୍ରଥମ ଇଂନିସରେ ୨୮୪ ରନ୍ କରିଥିଲା  । ପ୍ରଥମ ଇଂନିସ ଶେଷ ସୁଦ୍ଧା ଭାରତୀୟ ଦଳକୁ ୧୩୨ରନର ଲିଡ ମିଳିଥିଲା  । ଭାରତ ନିଜର ଦ୍ୱିତୀୟ ପାଳିରେ ୨୪୫ ରନ୍ ସଂଗ୍ରହ କହିଛି  । ୧୩୨ ରନ ମିଶାଇଲେ ଭାରତ ୩୭୭ ରନରେ ଆଗୁଆ ରହିଛି  । ଏବେ ଇଂଲଣ୍ଡ ସାମ୍ନାରେ ୩୭୮ ରନର ବିଜୟ ଲକ୍ଷ୍ୟ ରହିଛି  ।

ଭାରତର ଦ୍ୱିତୀୟ ଇଂନିସରେ ଚେତେଶ୍ୱର ପୂଜାରା ସବୁଠୁ ଅଧିକ ୬୬ ରନ୍ କରିଥିଲେ  । ସେହିପରି ଋଷଭ ପନ୍ତ ୫୭ ରନ୍ କରିଛନ୍ତି  । ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ସ୍କୋର କରିବାରେ ବିଫଳ ହୋଇଛନ୍ତି  । ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ ଷ୍ଟୋକ୍ସ ସବୁଠୁ ଅଧିକ ୪ଟି ୱିକେଟ ହାସଲ କରିଛନ୍ତି  । ସେହିପରି ଷ୍ଟୁଆର୍ଟ ବ୍ରଡ ଓ ମ୍ୟାଟି ପଟସ ଦୁଇଟି ଲେଖାଏଁ ୱିକେଟ ହାସଲ କରିଛନ୍ତି  । ଏବେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ଜାରି ରହିଛି  । ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଆଲେକ୍ସ ଲିସ ଏବଂ ଜ୍ୟାକ କ୍ରଲି କ୍ରୀଜରେ ଅଛନ୍ତି  । ଭାରତକୁ ଜିତିବାକୁ ହେଲେ ଆସନ୍ତା କାଲି ଶେଷ ସୁଦ୍ଧା ଇଂଲଣ୍ଡ ଟିମକୁ ୩୭୭ ରନ୍ ଭିତରେ ରଖି ଅଲଆଉଟ୍ କରିବାକୁ ପଡିବ  ।