ପାକିସ୍ତାନ ଓ ଚୀନକୁ ଚେକ୍ ଦେବ ଭାରତ, ମୁତୟନ ହେଲା ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ

1 min read

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନକୁ ଚେକ୍ ଦେବା ଲାଗି ଭାରତର ରଣନୀତି । ଶ୍ରୀନଗର ଏୟାରବେସରେ ମୁତୟନ ହେଲା ଅପଗ୍ରେଡେଡ ମିଗ-୨୯ ଫାଇଟର ଜେଟର ଏକ ସ୍କ୍ବାଡ୍ରନ । ଦିନକୁ ଦିନ ସୀମାନ୍ତରେ ଦୁଇ ଦେଶକୁ ନେଇ ନାନା ବିବାଦ ସୃଷ୍ଟି ହୋଇଆସୁଥିବାରୁ ସୀମାର ସୁରକ୍ଷା ଲାଗି ପଦକ୍ଷେପ ନେଇଛି ଭାରତ ।

ପାକିସ୍ତାନ ଠାରୁ ବେଶୀ ବିପଦର ସମ୍ମୁଖୀନ ହୋଇଆସୁଥିବା ଶ୍ରୀନଗରରେ ମିଗ୍-୨୧ ସ୍କ୍ବାଡ୍ରନ ବଦଳରେ ମିଗ୍- ୨୯ ସ୍କ୍ବାଡ୍ରନକୁ ମୁତୟନ କରାଯାଇଛି । ଏହାକୁ ଟ୍ରାଇଡେଣ୍ଟ ସ୍କ୍ବାଡ୍ରନ ବା ବର୍ତ୍ତମାନର ଡିଫେଣ୍ଡର ଅଫ ଦି ନର୍ଥ ସ୍କ୍ବାଡ୍ରନ ଭାରତର ସୁରକ୍ଷାକୁ ମଜଭୁତ କରିବ । ଭାରତୀୟ ବାୟୁସେନା ପାଇଲଟ ସ୍କ୍ବାଡ୍ରନ ଲିଡର ବିପୁଳ ଶର୍ମା କହିଛନ୍ତି- କାଶ୍ମୀର ଉପତ୍ୟାକର ମଧ୍ୟଭାଗରେ ଶ୍ରୀନଗର ଅବସ୍ଥିତ ।

ଏହା ସମସ୍ତ ସମତଳ ଅଞ୍ଚଳଠାରୁ ଉଚ୍ଚରେ ଅବସ୍ଥିତ । ସୀମାନ୍ତରେ ଜାଗୁଆର ଭୂମିକା ନେବା କ୍ଷେତ୍ରରେ ଏହି ସ୍ଥାନ ସବୁଠାରୁ ଅଧିକ ଉପଯୁକ୍ତ । ବିମାନ ପରିଚାଳନା ଲାଗି ମଧ୍ୟ ଏହା ସର୍ବୋତ୍କୃଷ୍ଟ ସ୍ଥାନ । ଏଠାରୁ ପରିଚାଳିତ ହେବା କ୍ଷେତ୍ରରେ ମିଗ-୨୯ ସମସ୍ତ ଯୋଗ୍ୟତା ପୂରଣ କରୁଛି । ଉଭୟ ପାକିସ୍ତାନ ଓ ଚୀନ ପଟୁ ଆକ୍ରମଣକୁ ଏହି ସ୍ଥାନରୁ ସଠିକ୍ ଜବାବ ଦିଆଯାଇପାରିବ ।

ମିଗ୍-୨୧ ତୁଳନାର ମିଗ ୨୯ ଅଧିକ ଉନ୍ନତ ଏବଂ କାଶ୍ମୀର ଉପତ୍ଯକାରେ ନିଜର କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ମିଗ-୨୯ ପ୍ରମୁଖ ଭୂମିକା ନିର୍ବାହା କରିଆସିଛି । ଏହାସହ ୨୦୧୯ରେ ବାଲକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନୀ ଆତଙ୍କବାଦୀ ଶିବିରରେ ହମଲା କରିବା କ୍ଷେତ୍ରରେ ଏଫ-୧୬ ସଫଳ ହୋଇଥିଲା ।

ମିଗ-୨୯ରେ ବି ଦୂରଗାମୀ ଏୟାର-ଟୁ-ଏୟାର ମିସାଇଲ ଓ ଏୟାର-ଟୁ-ଗ୍ରାଉଣ୍ଡ ଯୁଦ୍ଧାସ୍ତ୍ର ନେବାର ସାମର୍ଥ୍ୟ ରହିଛି । ଗତ ଜାନୁଆରୀରେ ଶ୍ରୀନଗରକୁ ମିଗ-୨୯ ପଠାଯାଇଥିଲା । ଏହା ସହ ଆତଙ୍କବାଦୀଙ୍କ ମୁକାବିଲା ଲାଗି ମଧ୍ୟ କାଶ୍ମୀର ଉପତ୍ୟକାରେ ବାୟୁସେନାର ସ୍ବତନ୍ତ୍ର ବାହିନୀକୁ ନିୟୋଜିତ କରାଯାଇଛି ।