ଚୀନକୁ ଯବାବ ଦେବାକୁ ଲଦାଖରେ ଭାରତ ମୁତ୍ତୟନ କଲା ଏୟାର ଡିଫେନ୍ସ ସିଷ୍ଟମ,ଡ୍ରାଗନ ବିମାନକୁ ଉଡାଇବା ପାଇଁ ପ୍ରସ୍ତୁତ ମିଶାଇଲ

1 min read

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ଏବେ ସେଠାରେ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରିଛି । ସେନା ସୂତ୍ରରୁ ପ୍ରକାଶ ଯେ,ଚୀନ ପଟୁ କୌଣସି ପ୍ରକାର ବାୟୁସୀମା ଉଲ୍ଲଘଂନର ଉତ୍ତର ଦେବାକୁ ଉଭୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ବାୟୁ ପ୍ରତିରକ୍ଷା ସିଷ୍ଟମ ମୁତ୍ତୟନ କରାଯାଇଛି ।

ଗତକିଛି ଦିନ ଧରି ଚୀନର ଲଢୁଆ ବିମାନ ଭାରତୀୟ ସୀମାଠାରୁ ୧୦ କିଲୋମିଟର ଦୂରରେ ଉଡୁଛନ୍ତି । ଏହାର ଯବାବ ଦେବାକୁ ଭାରତ ଖୁବଶୀଘ୍ର ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ମୁତ୍ତୟନ କରିବ । ଏଲଏସିରେ ଲଢୁଆ ବିମାନ ଓ ମିଶାଇଲ ସିଷ୍ଟମ ମୁତ୍ତୟନର ଅର୍ଥ ହେଉଛି ଚୀନର ଗତିବିଧି ଉପରେ ନଜର ରଖିବା ।

ଏହି ସବୁ କ୍ଷେତ୍ରରେ ଚୀନ୍ ହେଲିକପ୍ଟର ଉଡାଣ ଭରୁଛନ୍ତି

ଚୀନ୍ ହେଲିକପ୍ଟର ସବ ସେକ୍ଟର ନର୍ଥ (ଦୌଲତ ବେଗ୍ ଓଲ୍ଡି ସେକ୍ଟର),ଗଲବାନ ଘାଟି ପାଖ ପେଟ୍ରୋଲିଂ ପଏଣ୍ଟ୍ ୧୭ ଓ ୧୭ ଓ ସହିତ ଅନ୍ୟ ସମସ୍ତ ବିବାଦୀୟ କ୍ଷେତ୍ରରେ ଉଡାଣ ଭରୁଛନ୍ତି । ସେମାନେ ଭାରତୀୟ ସୀମା ନିକଟରେ ବାରମ୍ବାର ଉଡୁଥିବା ଲକ୍ଷ୍ୟ କରାଯାଉଛି

ଭାରତ କ’ଣ କରୁଛି ?

chinuk

ଭାରତୀୟ ସେନା ଓ ବାୟୁସେନା ଚୀନକୁ ଯବାବ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ଲଢୁଆ ବିମାନ ଓ ଡ୍ରୋନକୁ ଏଲଏସି ନିକଟକୁ ନିଆଯାଇଛି । ଅଧିକ ଉଚ୍ଚତାରେ ଯେଭଳି ମିଶାଇଲ କାମ କରିବ ସେଥିପାଇଁ ମିଶାଇଲରେ କିଛି ପରିବର୍ତ୍ତନ ଅଣାଯାଉଛି । ଏହା ସହ ଭାରତୀୟ ବାୟୁସେନା ପୂର୍ବ ଲଦାଖରେ ସକ୍ରିୟ ରହିଛି ।

ମେ’ ମାସରୁ ମୁତ୍ତୟନ ହୋଇଛି ସୁଖୋଇ

sukhoi war plane

ଗତ ମାସ ଆରମ୍ଭରେ ଯେତେବେଳେ ଚୀନ୍ ସେନା ଭାରତୀୟ ଅଂଚଳ ଭିତରକୁ ଅନୁପ୍ରବେଶ କଲା,ସେବେଠାରୁ ଭାରତୀୟ ବାୟୁସେନାର ସୁଖୋଇ-୩୦ଏମକେଆଇ ପୂର୍ବ ଲଦାଖରେ ମୁତ୍ତୟନ ଅଛି । ଏଲଏସିର ନିଜ ପଟରେ ଚୀନ୍ ଅନେକ ନିର୍ମାଣ କାର୍ଯ୍ୟ କରିଛି ।

Leave a Reply