ପବିତ୍ର ବଡ଼ଦିନରେ ଉତ୍ସବମୁଖର ଦେଶ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ବଡ଼ଦିନରେ ଉତ୍ସବମୁଖର ଦେଶ । ଉତ୍ସାହ ଉଦ୍ଦୀପନାରେ  ଉତ୍ସବ ପାଳିଛନ୍ତି ଖ୍ରୀଷ୍ଟଧର୍ମାବଲାମ୍ବୀ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ ଉତ୍ସବ ହୋଇଛି ପାଳିତ। ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ଦିଲ୍ଲୀ ସମେତ ଅନ୍ୟାନ୍ୟ ସ୍ଥାନରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁସିର ସହ  ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଆଜିକୁ ପ୍ରାୟ ୨୦୨୩ ବର୍ଷ ପୂର୍ବେ ପ୍ରଭୁ ଯୀଶୁ ଜନ୍ମଗ୍ରହଣ କରିଥିଲେ ବୋଲି ବିଶ୍ବାସ ରହିଛି । ସେ ଜନ୍ମ ହେବା ସହ ଖ୍ରୀଷ୍ଟାବ୍ଦର ଆରମ୍ଭ ହୋଇଥିବା କୁହାଯାଉଛି । ଶେଷ ଜୀବନରେ ଯୀଶୁଙ୍କୁ କୁଶବିଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ଏନେଇ ଖ୍ରୀଷ୍ଟ ଧର୍ମଗ୍ରନ୍ଥ ବାଇବେଲରେ ଉଲ୍ଲେଖ କରାଯାଇଛି। ଏହାପରଠାରୁ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଭାବେ ପାଳନ କରାଯାଉଛି ।