ରଣଜୀରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ଖେଳାଳିଙ୍କ ପରଲୋକ, ସଚିନ୍-ବିରାଟ ଟ୍ୱିଟ୍ କରି ଦେଲେ ଶ୍ରଦ୍ଧାଞ୍ଜଳି…
1 min readନୂଆଦିଲ୍ଲୀ: ଆଉ ଜଣେ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ ପରଲୋକ । ଭାରତୀୟ ଘରୋଇ କ୍ରିକେଟର ଜଣେ ପ୍ରତିଭାବାନ୍ ଖେଳାଳି ତଥା ରଣଜୀ ଟ୍ରଫିରେ ସର୍ବାଧିକ ୱିକେଟ ହାସଲ କରିଥିବା ରାଜିନ୍ଦର ଗୋୟଲଙ୍କର ରବିବାର ଦେହାନ୍ତ ହୋଇଯାଇଛି । ସେ ଜଣେ ଅତି ନମ୍ର ଓ ଶୃଙ୍ଖଳିତ ଖେଳାଳି ଥିଲେ । ପଡ଼ିଆ ମଧ୍ୟରେ ତାଙ୍କର ପ୍ରତିଭା ସେ ବେଶ୍ ଭଲ ଭାବେ ପ୍ରଦର୍ଶନ କରିପାରିଛନ୍ତି । ତେବେ ରଣଜୀ ଟ୍ରଫିରେ ସେ ଆଜି ପର୍ଯ୍ୟନ୍ତ ସବୁଠାରୁ ଅଧିକ ଓ୍ୱିକେଟ୍ ହାସଲ କରିଥିବା ବୋଲରଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ଗୋୟଲ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ କିଛି ଦିନ ପୂର୍ବରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେଠାରେ ଟିକେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଘରକୁ ଫେରିବା କିଛି ଦିନ ପରେ ସେ ପୁଣି ଅସୁସ୍ଥ ହୋଇଥିଲେ ଏବଂ ରବିବାର ରୋହତାକ୍ ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଭାରତର ଘରୋଇ ପ୍ରତିଭା ଖେଳାଳିମାନଙ୍କ ମଧ୍ୟରେ ଗୋୟଲଙ୍କୁ ଜଣେ ବିଶିଷ୍ଟ ଖେଳାଳି ଭାବେ ଗଣାଯାଉଥିଲା । ସେ ହରିୟାଣା ପାଇଁ ଦୀର୍ଘ ୨୪ ବର୍ଷ ଧରି କ୍ରିକେଟ୍ ଖେଳିଛନ୍ତି । ନିଜ କ୍ୟାରିଅରରେ ୭୫୦ ୱିକେଟ୍ ହାସଲ କରିଥିବା ବେଳେ କେବଳ ରଣଜୀ ଟ୍ରଫିରେ ୬୪୦ଟି ୱିକେଟ୍ ହାସଲ କରିଛନ୍ତି । ସେ ପଞ୍ଜାବ ଏବଂ ଦିଲ୍ଲୀ ପାଇଁ ମଧ୍ୟ କ୍ରିକେଟ ଖେଳି ବେଶ୍ ସୁନାମ ଅର୍ଜନ କରିଛନ୍ତି ।
ତେବେ ତାଙ୍କ ପରଲୋକରେ କ୍ରିକେଟ୍ ଜଗତର ଭଗବାନ କୁହାଯାଉଥିବା ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଶୋକ ପ୍ରକାଶ କରିଛନ୍ତି । ସଚିନ୍ ତାଙ୍କୁ ମନେ ପକାଇ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Saddened to hear about the passing away of Rajinder Goel ji! He was a stalwart of Indian Domestic Cricket picking up more than 600 wickets in the Ranji Trophy.
May his soul Rest in Peace and my heartfelt condolences to his near and dear ones. ?? pic.twitter.com/hqDoSsoL5y— Sachin Tendulkar (@sachin_rt) June 22, 2020
ସେହିଭଳି ଭାରତୀୟ କ୍ରିକେଟ୍ର ତଥା ସାରା ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ତାଙ୍କୁ ମନେ ପକାଇଛନ୍ତି । ଏବଂ ତାଙ୍କୁ ଉଦ୍ଦେଶ୍ୟରେ ନିଜ ଟ୍ୱିଟ୍ ହ୍ୟାଣ୍ଡେଲରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ବିରାଟ ଲେଖିଛନ୍ତି ଯେ, ‘ଆଜି ଆମେ ଜଣେ କମ୍ବଦନ୍ତୀ କ୍ରିକେଟରଙ୍କୁ ହରାଇଲୁ । ସେ ରଣଜୀ ଇତିହାସରେ ସବୁଠାର ଅଧିକ ଓ୍ୱିକେଟ୍ ନେଇଥିବା ଏକ ମାତ୍ର ଖେଳାଳି । ତାଙ୍କ ପରିବାରକୁ ଏହି ବିପତ୍ତି ସମୟରେ ଭଗବାନ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।’
We've lost a legend in Rajinder Goel Ji. Him being the highest wicket-taker in the history of Ranji Trophy, speaks volumes about the career he had. Wishing all the strength to his family and loved ones. ??
— Virat Kohli (@imVkohli) June 22, 2020