ଦେଶରେ ଖସୁଛି କରୋନା ଗ୍ରାଫ୍: ବର୍ତ୍ତମାନ ଦୈନିକ ୧୦ହଜାର କମ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ । ଧିରେ ଧିରେ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି । ମଙ୍ଗଳବାର ଦିନ ୨୪ଘଣ୍ଟାରେ ଲକ୍ଷେ ୨୭ ହଜାର ୫୧୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨ଲକ୍ଷ ୫୫ହଜାର ୨୮୭ଜଣ ଆକ୍ରାନ୍ତ । ସେହିପରି ୨ ହଜାର ୭୯୫ଜଣଙ୍କ ଜୀବନ ନେଇ କିଲର ଭାଇରାସ୍  ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୮୧ଲକ୍ଷ ୭୫ହଜାର ୪୪ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି  ୨କୋଟି ୫୯ଲକ୍ଷ ୪୭ହଜାର ୬୨୯ । ସେହିପରି ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ଲକ୍ଷ ୩୧ହଜାର ୮୯୫ । ଦେଶରେ ମୋଟ୍ କରୋନା ଆକ୍ଟିଭ କେସ୍ ୧୮ଲକ୍ଷ ୯୫ହଜାର ୫୨୦ ରହିଛି ।

ଦୈନିକ ପ୍ରାୟ ୧୦ହଜାର ମାମଲା ହ୍ରାସପାଉଛି

ଯଦି ଆମେ କରୋନା ସଂକ୍ରମଣ ଗ୍ରାଫକୁ ଦେଖିବା ତାହାଲେ କରୋନା ଗ୍ରାଫ ଖସୁଥିବା ନେଇ ସ୍ପଷ୍ଟ ବାରି ହୋଇଯିବ । ଗତ କିଛି ଦିନ ଧରି ପ୍ରତିଦିନ ପ୍ରାୟ ୧୦ ହଜାର କରୋନା ସଂକ୍ରମଣ ମାମଲା ହ୍ରାସ ହେଉଛି  । ତେବେ ଯଦି ଆଗାମୀ ୧୦ ଦିନ ଯାଏ ଏହି ଧାରା ଜାରି ରହେ, ତେବେ ଜୁନ୍ ୧୦ ପରେ ଦେଶରେ ପ୍ରତିଦିନ ୫୦ହଜାରରୁ କମ୍ ସଂକ୍ରମଣ ମାମଲା ରେକର୍ଡ କରାଯାଇପାରିବ । ଏହାସହ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ହ୍ରାସ ପାଇପାରେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମାନ କରିଛି ।

Leave a Reply