ଦେଶରେ ବଢୁଛି କୋଭିଡ ମାମଲା ; ଦିନକରେ ୩୯୧ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଦେଶରେ ବଢିଚାଲିିଛି କୋଭିଡ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୭୫୫ରେ ପହଞ୍ଚିଲାଣି । ଦିନକରେ ୩୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।  କେରଳ, ଦିଲ୍ଲୀ, ଗୁଜରାଟରେ ସ୍ଥିତି ଟିକେ ଅଧିକ ସଂକଟଜନକ ରହିଛି । କରୋନା ବଢୁଥିବାର ଦେଖି ଗତକାଲି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରାଳୟ ତରଫରୁ ସମୀକ୍ଷା ହୋଇଥିଲା । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପ୍ରତିନିଧିଙ୍କ ସହ ବୈଠକ ହୋଇଥିଲା। ସମସ୍ତ ରାଜ୍ୟକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ, ହସ୍ପିଟାଲରେ ବେଡ, ଭେଣ୍ଟିଲେଟର ଏବଂ ଔଷଧ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ଥଣ୍ଡା, କାଶ ଓ ଜ୍ଵର ଜନିତ ରୋଗୀଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ରହିଛି । ଅସୁସ୍ଥତା ଏବଂ ଶ୍ଵାସ ଜନିତ ରୋଗ ପ୍ରତି ମଧ୍ୟ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି । ଶ୍ଵାସ ଜନିତ ଗୁରୁତର ରୋଗୀଙ୍କ ପରୀକ୍ଷା କରାଇବାକୁ ପରାମର୍ଶ ଦିଆଯାଇଛି । ଏଥିରେ ପଜିଟିଭ ଆସିଲେ ନମୁନା ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ରହିଛି । ଶ୍ଵାସ ଜନିତ ରୋଗୀଙ୍କ ଜେନମ ସିକ୍ଵେନ୍ସିଂ କରିବା ସହ ଲୋକଙ୍କୁ ଗହଳି, ହାତ ଧୋଇବା, ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରେଇ ରହିବାକୁ କୁହାଯାଇଛି ।

ନଜର ପକାନ୍ତୁ