ଦିନକରେ ୪୫ ହଜାର ୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଲଗାତର ୫୦ ହଜାର ତଳେ କରୋନା ସଂକ୍ରମଣ । ଗୋଟିଏ ଦିନରେ ନୂଆ ୪୫ ହଜାର ୬୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ୨୪ ଘଣ୍ଟାରେ  କରୋନାରେ ୫୫୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪ ଥିବାବେଳେ ସକ୍ରିୟ ମାମଲା ହେଉଛି ୫ ଲକ୍ଷ ୧୨ ହଜାର ୬୬୫ । ସେହିଭଳି ଗୋଟିଏ ଦିନରେ ୪୯ ହଜାର ୮୨ ଜଣ କରୋନାରେ ସୁସ୍ଥ ହୋଇଛନ୍ତି  । ମୋଟ ସୁସ୍ଥ ସଂଖ୍ୟା ୭୮ ଲକ୍ଷ ୬୮ ହଜାର ୯୬୮କୁ ବୃଦ୍ଧି ପାଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ ଲୋକେ ସଚେତନ ରହିବା ସହ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଜୋର୍ ଦେଉଛନ୍ତି ସରକାର ।

ସେହିପରି କରୋନା ମହାମାରୀ କାରଣରୁ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ଶୀର୍ଷରେ ରହିଛି । ଆମେରିକାରେ ଦ୍ରୁତ ଗତିରେ କରୋନା ସଂକ୍ରମଣ ମଧ୍ୟ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯଦିଓ ଆମେରିକା ତୁଳନାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଭାରତରେ ୮୫ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୬୭୪ଜଣ ଜଣ ଆରକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବ୍ରାଜିଲରେ ୨୪ ଘଣ୍ଟାରେ ୧୮ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ଦ୍ୱାରା ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ବ୍ରାଜିଲ ।

Leave a Reply