ଦେଶରେ ସଂକ୍ରମିତ ସଂଖ୍ୟା ୨୮ଲକ୍ଷ ପାର , ଦୈନିକ ସଂକ୍ରମଣରେ ପଛରେ ପଡ଼ିଲେ ଆମେରିକା ଓ ବ୍ରାଜିଲ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଆଜି ପୁଣି ୨୪ ଘଣ୍ଟାରେ ୬୯ହଜାର ୬୫୨ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୯୭୭ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮ଲକ୍ଷ ୩୬ହଜାର ୯୨୬ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୮୬ହଜାର ୩୯୫ । କରୋନାରୁ ସୁସ୍ଥ ହେଲେଣି ୨୦ଲକ୍ଷ ୯୬ହଜାର ୬୬୫ଜଣ । ଦେଶରେ କରୋନାରେ ମୋଟ୍ ମୃତ୍ୟୁସଂଖ୍ୟା ୫୩ହଜାର ୮୬୬କୁ ବୃଦ୍ଧି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଦେଶରେ ବଢୁଥିବା କରୋନା ସଂକ୍ରମଣ କିଛି ଦିନ ଭିତରେ ଆମେରିକା ଓ ବ୍ରାଜିଲକୁ ପଛରେ ପକାଇବା ନେଇ ଆଶଙ୍କା କରାଯାଉଛି । କାରଣ ଭାରତରେ ଲଗାତାର ଦୈନିକ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ଭାରତରେ ୬୯ହଜାର ୬୫୨ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆମେରିକାରେ ୨୪ଘଣ୍ଟାରେ ୪୩ହଜାର ୨୩୭ଜଣ ଓ ବ୍ରାଜିଲେ ୪୮ହଜାର ୫୪୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ସର୍ବାଧିକ ୬ଲକ୍ଷ ୨୮ହଜାର ୬୪୨ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ହଜାର ୩୩ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୩୫ହଜାର ୪୪୯ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୬ହଜାର ୧୨୩ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶ ୩ଲକ୍ଷ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୨୯ଶହ୬ରେ ପହଞ୍ଚିଛି । କର୍ଣ୍ଣାଟକରେ ୨ଲକ୍ଷ ୪୯ହଜାର ୫୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୪୩ଶହ ୨୭ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ୟୁପି, ଦିଲ୍ଲୀ, ୱେଷ୍ଟବେଙ୍ଗଲ ଓ ବିହାରରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଲେଙ୍ଗାନାରେ ଲେକ୍ଷେ ପାଖାପାଖି ହେଲେଣି କରୋନା ସଂକ୍ରମିତଙ୍କ ସଂଖ୍ୟା ।

Leave a Reply