ଦେଶରେ ୨୪ଘଣ୍ଟାରେ ୫୫ ହଜାରରୁ ଅଧିକ ଆକ୍ରାନ୍ତ, ୫୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୭୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ୫୫ହଜାର ୭୨୨କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫୭୯ଜଣଙ୍କ ମୃତ୍ୟୁ ହୋଇଛି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ଲକ୍ଷ ୫୦ହଜାର ୨୭୩ରେ ପହଞ୍ଚିଛି । ଆକ୍ଟିଭ କେସ୍ ୭ଲକ୍ଷ ୭୨ହଜାର ୫୫ଥିବା ବେଳେ ୬୬ଲକ୍ଷ ୬୩ହଜାର ୬୦୮ଜଣ କେରାନା ଆକ୍ରାନ୍ତ ସୁସ୍ଥ ହେଲେଣି । ଦେଶରେ ମୋଟ୍ କେରାନା ମୃତ୍ୟୁସଂଖ୍ୟା ଲକ୍ଷେ ୧୪ହଜାର ୬୧୦କୁ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ୧୫ ଲକ୍ଷ ୯୫ହଜାର ୩୧୮ ଥିବା ବେଳେ ୪୨ ହଜାର ୧୧୫ ଜଣଙ୍କ ମୃତ୍ୟୁ ହେଲାଣି  । ଆନ୍ଧ୍ରପ୍ରଦେଶ ଓ କର୍ଣଅମାଟକରେ ୭ ଲକ୍ଷରୁ ଅଧିକ ଲେଖାଏଁ କେରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୪୨୯ ଓ ୧୦ହଜାର ୪୭୮ରେ ପହଞ୍ଚିଛି । ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷ ଟପିଥିବା ବେଲେ ୧୦ହଜାର ୬୪୨କୁ ବୃଦ୍ଧି ହୋଇଛି ମୃତକଙ୍କ ସଂଖ୍ୟା ।

ଆଇସିଏମଆର ଅନୁଯାୟୀ, ଅକ୍ଟୋବର ୧୮ ତାରିଖ  ପର୍ଯ୍ୟନ୍ତ ୯୫ କରୋନା ୯ କୋଟି ୫୦ ଲକ୍ଷ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୮.୫୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ପାଖାପାଖି ୬ ସପ୍ତାହ ପରେ ଦେଶର ସକ୍ରିୟ ମାମଲା ୮ ଲକ୍ଷରୁ କମ ଆସିଛି। ୨୨ ଟି ରାଜ୍ୟରେ ୨୦,୦୦୦ ରୁ କମ୍ ସକ୍ରିୟ ମାମଲା ରହିଛି । କେବଳ କେରଳ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୫୦,୦୦୦ରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ କରାଯାଇଛି । ଆକ୍ଟିଭ ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

Leave a Reply