ଦେଶରେ ଦିନକରେ ୫୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୬ଲକ୍ଷରୁ ଅଧିକ
ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୪ହଜାର ୬୯ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୧ ହଜାର ୩୨୧ ଜଣଙ୍କ ଜୀବନ ନେଉଛି ମହାମାରୀ । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୮୫ ଜଣ । ତେବେ ଭାରତରେ ମୋଟ୍ ସକ୍ରିୟ ମାମଲା ୬ଲକ୍ଷ ୨୭ହଜାର ୫୭ କୁ ହ୍ରାସ ପାଇଛି ।
ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୮୨ହଜାର ୭୭୮କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏ ମୋଟ ୨କୋଟି ୯୦ଲକ୍ଷ ୬୩ହଜାର ୭୪୦ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଦେଶରେ ସୁସ୍ଥତା ହାର ୯୬ଦଶମିକ ୬୧ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ସହିତ ଦିନକୁଦିନ ପଜିଟିଭି ହାର ମଧ୍ୟ କମିବାରେ ଲାଗିଛି ।
ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।