୮୧ ଦିନ ପରେ ଦେଶରେ ୬୦ହଜାରରୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି କରୋନାର ଦ୍ବିତୀୟ ଲହର । ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୪୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ୮୧ ଦିନ ପରେ ଦୈନିକ କେସ୍ ୬୦ ହଜାର ତଳକୁ ଖସିଛି  । ସେହିଭଳି ୨୪ ଘଣ୍ଚାରେ ୧ ହଜାର ୫୭୬ ଜଣକ ଜୀବନ ନେଇଛି ମହାମାରୀ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୭ ହଜାର ୬୧୯ ସଂକ୍ରମିତ । ଦେଶରେ ଏବେ ୭ ଲକ୍ଷ ୨୯ ହଜାର ୨୪୩ ଆକଟିଭ୍ କେସ୍ ରହିଛି  । ମୋଟ୍ ୨ କୋଟି ୮୭ ଲକ୍ଷ ୬୬ ହଜାର ୯ ଜଣ ସୁସ୍ଥ ହୋଇଥିବାବେଳେ ୩ ଲକ୍ଷ ୮୬ ହଜାର ୭୧୩ ଜଣକ ମୃତ୍ୟୁ ହୋଇଛି  । ପ୍ରାୟ ୨୮ କୋଟି ଲୋକେ ଟିକାକରଣରେ ସାମିଲ ହୋଇଛନ୍ତି  ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୯ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୩ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ଶନିବାର ଦିନ ରାଜଧାନୀରେ ୧୩୫ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ କୋଭିଡ -19 ରେ ଆଉ ୭ଜଣଙ୍କର ମୃତ୍ୟୁ ହୋଇଛି। ଏପ୍ରିଲ ତାରିଖରୁ ମୃତକଙ୍କ ସଂଖ୍ୟା ସବୁଠାରୁ କମ୍ । ସହରରେ ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୨୪,୯୦୭ ରୋଗୀଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ ୨୨୮ଟି ନୂଆ ମାମଲା ରୁଜୁ ହୋଇଛି । ଏହା ସହିତ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୨୨,୧୪୯କୁ ବୃଦ୍ଧି ପାଇଛି । ଆଜି ଆଉ ପାଞ୍ଚ ଜଣ ରୋଗୀଙ୍କ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦,୦୨୮କୁ ବୃଦ୍ଧି ପାଇଛି।

Leave a Reply