ଦେଶରେ ଗୋଟିଏ ପରେ ଗୋଟିଏ ରକର୍ଡ ଭାଙ୍ଗୁଛି କରୋନା, କରୋନା ମୃତ୍ୟୁରେ ଭାରତର ତୃତୀୟ ସ୍ଥାନ

ନୂଆଦିଲ୍ଲୀ: କରୋନା ଭୟରେ ଏବେ ସାରା ଦେଶ । ଦିନକୁ ଦିନ ବଢ଼ିବାକୁ ଲାଗିଛି କରୋନାର କହର । ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍କୁଛି କରୋନା । କରୋନା ମହାମାରୀ ମୃତ୍ୟୁରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି । ଏହା ପୂର୍ବରୁ ତୃତୀୟ ସ୍ଥାନରେ ଥିଲା ମେକ୍ସିକୋ । ଯେଉଁଠାରେ ମହାମାରୀ ଯୋଗୁଁ ୬୩,୧୪୬ ଲୋକ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ, ବର୍ତ୍ତମାନ ଭାରତରେ ମୃତ୍ୟୁସଂଖ୍ୟା ୬୩,୪୯୮ କୁ ପହଞ୍ଚିଛି । ଯାହା ମେକ୍ସିକୋଠାରୁ ଅଧିକ ରହିଛି । ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଥିଲା । କରୋନାରୁ ମୃତ୍ୟୁ ମାମଲାରେ ଆମେରିକା ଏକ ନମ୍ବର ସ୍ଥାନରେ ରହିଛି । ଯେଉଁଠାରେ ଏକ ଲକ୍ଷ ୮୬ ହଜାର ୮୫୫ ଲୋକ ପ୍ରାଣ ହରାଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮,୭୬୧ ନୂଆ କରାେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ହୋଇଛି । ଏଥି ସହିତ ୯୪୮ ଜଣ ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ମୋଟ କରୋନା ବର୍ତ୍ତମାନ ୩୫ ଲକ୍ଷ ୪୨ ହଜାରରେ ପହଞ୍ଚିଛି । ସେଥିମଧ୍ୟରୁ ୬୩,୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ସକ୍ରିୟ କରୋନା ସଂଖ୍ୟା ୭ ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି । ସେହିଭଳି ୨୭ ଲକ୍ଷ ୧୩ ହଜାର ଲୋକ ଆରୋଗ୍ୟ ହୋଇଛନ୍ତି । ଯଦି ଦେଖିବା ସଂକ୍ରମଣର ମାମଲା ତୁଳନାରେ ସୁସ୍ଥ ଲୋକଙ୍କ ସଂଖ୍ୟା ପ୍ରାୟ ତିନି ଗୁଣ ଅଧିକ ରହିଛି ଯାହା ଲୋକଙ୍କୁ ଆଶ୍ୱସ୍ତି ଦେଉଛି ।

ସକ୍ରିୟ ମାମଲାରେ ଶ୍ରେଷ୍ଠ ୫ଟି ରାଜ୍ୟ

ପରିସଂଖ୍ୟାନ ଅନୁଯାୟୀ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତଙ୍କ ମାମଲା ରହିଛି । ମହାରାଷ୍ଟ୍ରରେ ୧.୫ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି ।

Leave a Reply