ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ୍ । ଦିନକରେ ୫୫ହଜାର ୮୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୭ଲକ୍ଷ ୬ହଜାର ୯୪୬ରେ ପହଞ୍ଚିଛି । ଆଇସିଏମଆର ଅନୁସାରେ, ଅକ୍ଟୋବର ୨୧ ପର୍ଯ୍ୟନ୍ତ ମୋଟ ୯.୮୬ ନିୟୁତ ନମୁନା କରୋନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ଗତକାଲି ୧୪.୬୯ ଲକ୍ଷ ନମୁନା ପରୀକ୍ଷା କରାଯାଇଛି । ସକାରାତ୍ମକତା ହାର ପ୍ରାୟ ପାଞ୍ଚ ପ୍ରତିଶତ ରହିଛି ।

ଦେଶରେ କରୋନା ଆକ୍ଟିଭ କେସ୍ ୭ଲକ୍ଷ ୧୫ହଜାର ୮୧୨ ରହିଛି । ସୁସ୍ଥ ହାର ୬୮ଲକ୍ଷ ୭୪ହଜାର ୫୧୮ରେ ପହଞ୍ଚିଛି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୬ହଜାର ୬୧୬ରେ ପହଞ୍ଚିଛି । ଆମେରିକା ପରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଭାରତରେ ହିଁ ବଢୁଛି ।

ସେହିଭଳି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୧୬ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୨ହଜାର ୬୩୩ରେ ପହଞ୍ଚିଛି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧିକ ଲେଖାଏଁ କୋରାନ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୬ହଜାର ୫୦୮ ଓ ୧୦ହଜାର ୬୯୬ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ୧୦ହଜାର ୭୮୦ରେ ପହଞ୍ଚିଛି ।

Leave a Reply