ଦେଶରେ ୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ୍ । ଦିନକରେ ୫୫ହଜାର ୩୪୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୭୦୬ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ, ଏହି ସଂଖ୍ୟା ଗତ ଦୁଇ ମାସ ମଧ୍ୟରେ ସର୍ବନିମ୍ନ । ଆଶ୍ୱସ୍ଥିକର କଥା ହେଉଛି  ପୂର୍ବରୁ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ୭୦ ରୁ ୮୦ହଜାର ରହୁଥିଲା । ଯଦିଓ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କରୋନା ସଂକ୍ରମିତ ହାର, ମୃତ୍ୟୁହାର ଏବଂ ସୁସ୍ଥ ହାରରେ ସର୍ବାଧିକ ପ୍ରତିଶତ ରହିଛି ।

ଦେଶରେ ମୋଟ୍ ୭୧ଲକ୍ଷ ୭୫ହଜାର ୮୮୧ଜଣ ସଂକ୍ରମିତ ହୋଇଥିବା ବେଳେ ଆକ୍ଟିଭ କେସ୍ ରହିଛି ୮ଲକ୍ଷ ୩୮ହଜାର ୭୨୯ । ବର୍ତ୍ତମାନ ସୁଦ୍ଧା ୬୨ଲକ୍ଷ ୨୭ହଜାର ୨୯୬ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୯ହଜାର ୮୫୬କୁ ବୃଦ୍ଧି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିଭଳି, ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ୧୫ଳକ୍ଷ ୩୫ହଜାର ୩୧୫ଜଣ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ଟପିଛି । ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ତେବେ ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ଅନୁସାରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ହେଉଛି ଭାରତ । କରୋନା ମୃତ୍ୟୁ ହାରରେ ଆମେରିକା ଏବଂ ବ୍ରାଜିଲରେ ପରେ ରହିଛି ଭାରତ ।

ଆଶ୍ୱସ୍ଥିକର ବିଷୟ ଯେ, ମୃତ୍ୟୁହାରରେ କ୍ରମାଗତ ହ୍ରାସ ଏବଂ ସକ୍ରିୟ ମାମଲା ହାର ମଧ୍ୟ ହ୍ରାସ ପାଉଛି । ମୃତ୍ୟୁ ହାର ୧.୫୪ପ୍ରତିଶତ କୁ ଖସି ଆସିଛି। ଏହା ବ୍ୟତୀତ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲା ହାର ମଧ୍ୟ ୧୨ ପ୍ରତିଶତକୁ ଖସିଛି । ଏହା ସହିତ ସୁସ୍ଥତା ହାର ହେଉଛି ୮୬ ପ୍ରତିଶତ । ଭାରତରେ ସୁସ୍ଥତାହାର କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Leave a Reply