୨୮ଲକ୍ଷ ପାଖରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା, ଗତ ୨୪ ଘଣ୍ଟାରେ ଗଲା ୧୦୯୨ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । କମିବାର ନାଁ ନେଉନି କରୋନା ସଂକ୍ରମଣ । ଦେଶରେ ବେକାବୁ ହେଲାଣି କରୋନା । ଲଗାତାର ତିନି ଦିନ ପରେ ବୁଧବାରରେ ପୁଣି କରୋନା ସଂକ୍ରମଣ ବଢିଛି । ଗତ ୨୪ଘଣ୍ଟାରେ ୬୪ହଜାର ୫୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୦୯୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହା ଅଗଷ୍ଟ ୧୩ରେ ରେକର୍ଡ କରାଯାଇଥିବା ମୃତ୍ୟୁ ସଂଖ୍ୟାଠାରୁ କମ୍ ରହିଛି ।

ମହାରାଷ୍ଟ୍ରରେ ସର୍ବାଧିକ ୬ଲକ୍ଷ ୧୫ହଜାର ୪୭୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦ହଜାର ୬୮୭ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ୩ଲକ୍ଷ ଲେଖାଏଁ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ତାମିଲନାଡୁରେ ୬ହଜାର, ଆନ୍ଧ୍ରପ୍ରଦେଶରେ ୨୮ଶହ ୨୦ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ୨ଲକ୍ଷ ୪୦ହଜାର ୯୪୮ଜଣ ସଂକ୍ରମିତ ହୋଇଥିବା ବେଳେ ୪ହଜାର ୨୦୧ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ସେହିପରି ୟୁପି, ଦିଲ୍ଲୀ, ୱେଷ୍ଟ ବେଙ୍ଗଲ ଓ ବିହାରରେ ଲକ୍ଷେ ଲେଖାଏ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୨୭ଲକ୍ଷ ୬୭ହଜାର ୨୭୪ ଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୭୬ହଜାର ୫୧୪ । କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେଣି ୨୦ଲକ୍ଷ ୩୭ହଜାର ୮୭୧ଜଣ । ସେହିପରି ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୫୨ହଜାର ୮୮୯ରେ ପହଞ୍ଚିଥିବା କେନ୍ଦ୍ର ପରିବାର ଓ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଲିଛି ।

Leave a Reply