ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨ହଜାର ପାର୍, ଦିନକରେ ଚିହ୍ନଟ ହେଲେ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ଦିନଠାରୁ କମ୍ ରହିଛି । ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ହଜାର ଲେଖାଏଁ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାରରେ ଦେଶରେ ୨୪ ଘଣ୍ଟାରେ ୫୫ହଜାର ୭୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଗତ ୨୪ଘଣ୍ଟାରେ ଦେଶରେ ୮୭୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ଅନ୍ୟପଟେ ଗତ ୨୪ଘଣ୍ଟାରେ ଆମେରିକା ଏବଂ ବ୍ରାଜିଲରେ ଯଥାକ୍ରମେ ୪୦,୬୧୨ ଏବଂ ୨୩,୦୩୮ ନୂତନ ମାମଲା ଚିହ୍ନଟ ହୋଇଛି। ତେବେ ଦେଶରେ ୧୩ ଅଗଷ୍ଟରେ ଭାରତରେ ସବୁଠୁ ଅଧିକ ୬୬,୯୯୯କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ

ମହାରାଷ୍ଟ୍ରରେ ସର୍ବାଧିକ ୪ଲକ୍ଷ ୪୩ଶହ ୫୮ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ହଜାର ୨୬୫ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୩ଲକ୍ଷ ୪୩ହଜାର ୯୪୫ ସଂକ୍ରମିତ ହୋଇଥିବା ବେଳେ ୫ହଜାର ୮୮୬ଜଣଙ୍କ ମୃତ୍ୟୁ ହୋଇଛି । ସେହିଭଳି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୨ଲକ୍ଷରୁ ଉର୍ଦ୍ଧ ଲେଖାଏଁ କରୋନା ସଂକ୍ରମିତ ଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ଯଥାକ୍ରମେ ୨୭ଶହ ୩୨ ଓ ୪ହଜାର ୭୧ରେ ପହଞ୍ଚିଛି । ସେପଟେ ଉତ୍ତରପ୍ରଦେଶ ,ଦିଲ୍ଲୀ, ୱେଷ୍ଟବେଙ୍ଗଲ ଓ ବିହାରରେ ଲକ୍ଷେରୁ ଅଧିକ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ଲକ୍ଷ ୨୭ଶହ ୪୭କୁ ବୃଦ୍ଧି ହୋଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୬ଲକ୍ଷ ୭୩ହଜାର ୧୬୬ । ସୁସ୍ଥ ହେଲେଣି ୧୯ଲକ୍ଷ ୭୭ହଜାର ୭୮୦ ଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୫୧ହଜାର ୭୯୭କୁ ବୃଦ୍ଧି ହୋଇଛି ।

Leave a Reply