India Corona Upadtes: କମୁଛି ସଂକ୍ରମଣ; ଦିନକରେ ୫୪ ହଜାର ୩୬୬ ପଜିଟିଭ୍
1 min readନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ସଂକ୍ରମଣ । ଦିନକରେ ୫୪ହଜାର ୩୬୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯୦ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୭ଲକ୍ଷ ୬୧ହଜାର ୩୧୨ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୬ଲକ୍ଷ ୯୫ହଜାର ୫୦୯ ରହିଛି । ସେହିଭଳି ସୁସ୍ଥଙ୍କ ସଂଖ୍ୟା ୬୯ଲକ୍ଷ ୪୮ହଜାର ୪୯୭ଜଣରେ ପହଞ୍ଚିଛି ।
?#COVID19 India Tracker
(As on 23 October, 2020, 08:00 AM)➡️Confirmed cases: 77,61,312
➡️Recovered: 69,48,497 (89.53%)?
➡️Active cases: 6,95,509 (8.96%)
➡️Deaths: 1,17,306 (1.51%)#IndiaFightsCorona#Unite2FightCorona#StaySafeVia @MoHFW_INDIA pic.twitter.com/F2MJHMAgfg
— #IndiaFightsCorona (@COVIDNewsByMIB) October 23, 2020
ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୭ ହଜାର ୩୦୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା । 16ଲକ୍ଷ 25ହଜାର 197 ସଂକ୍ରମିତ ଥିବା ବେଳେ ମହାରାଷ୍ଟ୍ରରେ ମୃତ୍ୟୁ ୪୨ ହଜାର ଟପିଲାଣି । ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁରେ ୭ ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୫୨୪, ୧୦ହଜାର ୭୭୦ ଓ ୧୦ହଜାର ୮୨୫ରେ ପହଞ୍ଚିଛି ।