ଦେଶରେ ମହାମାରୀର କରାଳ ରୂପ…ଏକ ଲକ୍ଷ ଟପିଲା କରୋନାଜନିତ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ଟପିଲା କରୋନା ମୃତ୍ୟୁସଂଖ୍ୟା । ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୮୪୨କୁ ବୃଦ୍ଧି ହୋଇଛି । ୨୪ ଘଣ୍ଟାରେ ୭୯ହଜାର ୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ହଜାରେ ୬୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪ଲକ୍ଷ ୭୩ହଜାର ୫୪୫ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ୯ଲକ୍ଷ ୪୪ହଜାର ୯୯୬, କରୋନାରୁ ସୁସ୍ଥ ହେଲେଣି ୫୪ଲକ୍ଷ ୨୭ହଜାର ୭୦୭ଜଣ ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମହାରାଷ୍ଟ୍ରରେ ୧୪ଲକ୍ଷ ୧୬ହଜାର ୫୧୩ରେ ପହଞ୍ଚିଲାଣି କରୋନ ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ୩୭ହଜାର ୪୮୦କୁ ବୃଦ୍ଧି ହୋଇଛି । ଆନ୍ଧ୍ରପ୍ରଦେଶରେ ୭ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୫ହଜାର ୯୦୦କୁ ବୃଦ୍ଧି ହୋଇଛି ।

କର୍ଣ୍ଣାଟକ ଓ ତାମିଲନାଡୁରେ ୬ଲକ୍ଷରୁ ଅଧିକ ଲେକାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୯ହଜାର ୧୧୯ ଓ ୯ହଜାର ୬୫୩ରେ ପହଞ୍ଚିଛି । ୟୁପିରେ ୪ଲକ୍ଷରୁ ଅଧିକ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ।

Leave a Reply