ଭାରତରେ ବଢୁଛି କରୋନା ସଂକ୍ରମଣ, ପଛରେ ପଡ଼ିଲାଣି ଆମେରିକା ଓ ବ୍ରାଜିଲ

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬୬ହଜାର ୯୯୯ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩ଲକ୍ଷ ୯୬ହଜାର ୬୩୮କୁ ବୃଦ୍ଧି ହୋଇଥିବା ବେଳେ ୬ଲକ୍ଷ ୫୩ହଜାର ୬୨୨ଜଣ ଆକ୍ଟିଭ୍ କେସ୍ ରହିଛନ୍ତି । ସୁସ୍ଥ ହେଲେଣି ୧୬ଲକ୍ଷ ୯୫ହଜାର ୯୮୨ଜଣ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୭ହଜାର ୩୩କୁ ବୃଦ୍ଧି ପାଇଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ବିଶ୍ୱରେ ଏକ ନମ୍ବର ସ୍ଥାନରେ ପହଞ୍ଚିଛି । ବିଗତ ଦିନରେ, ଆମେରିକାରେ ୫୩,୩୪୫ ଥିବା ବେଳେ ବ୍ରାଜିଲରେ ଯଥାକ୍ରମେ ୫୮,୦୮୧ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛି । ଏହାପୂର୍ବରୁ ଅଗଷ୍ଟ ୯ରେ ଦେଶରେ ୬୪,୩୯୯ କରୋନା ସଂକ୍ରମିତ ରେକର୍ଡ ହୋଇଥିଲେ ।

ଦେଶରେ ଦିନକୁ ସାତ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଛି । କରୋନା ଭାଇରସ୍ କ୍ଷମତା ବୃଦ୍ଧି ପାଉଛି ଏବଂ ଏପର୍ଯ୍ୟନ୍ତ ୨.୬୫ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଗୋଟିଏ ଦିନରେ ପରୀକ୍ଷା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଗତ କିଛି ଦିନ ହେବ ଭାରତରେ ପ୍ରତିଦିନ ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଛି।

ମହାରାଷ୍ଟ୍ରରେ ସର୍ବାଧିକ ରହିଛି ସଂକ୍ରମିତଙ୍କ ସଂଖ୍ୟା । ୫ଲକ୍ଷ ୪୮ହଜାର ୩୧୩ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ହଜାର ୬୫୦ଜଣଙ୍କ ମୃତ୍ୟୁ ହେଲାଣି । ତାମିଲନାଡୁରେ ୩ଲକ୍ଷ ୧୪ହଜାର ୫୨୦ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୫୨ଶହ ୭୮ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦଶରେ ୨ଲକ୍ଷ ୫୪ହଜାର ୧୪୬ଜଣ ସଂକ୍ରମିତ ହୋଇଥିବା ବେଳେ ୨୨ଶହ ୯୬ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଲକ୍ଷେ ୯୬ହଜାର ୪୯୪ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୫ଶହରେ ପହଞ୍ଚିଛି । ସେହିପରି ଦିଲ୍ଲୀ ଓ ୟୁପିରେ ଲକ୍ଷେ ଟପିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ଯଥାକ୍ରମେ ୪ହଜାର ୧୫୩ ଓ ୨ହଜାର ୨୩୦ ଛୁଇଁଛି । ପଶ୍ଚିମବଙ୍ଗରେ ଲକ୍ଷେ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ  ମତ୍ୟୁ ସଂଖ୍ୟା ୨୨୦୩ରେ ପହଞ୍ଚିଛି ।

Leave a Reply