ଦେଶରେ କରୋନା ସଂକ୍ରମଣ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା

1 min read

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ଭାରତରେ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ଦେଶରେ ମୋଟ ୩୧ ହଜାର ୩୩୨ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୭ ହଜାର ୬୯୬ ଜଣ ସୁସ୍ଥ ହୋଇଛନ୍ତି ।

୧୦୦୦ ପାର ହେଲା କରୋନା ମୃତ୍ୟୁସଂଖ୍ୟା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୦୦୭ ହୋଇଛି । କରୋନା କାରଣରୁ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଛି । ମହାରାଷ୍ଟ୍ରରେ ୪ଶହ ଲୋକ ପ୍ରାଣ ହରାଇଲେଣି । ସେହିଭଳି ଗୁଜରାଟରେ ୧୮୧ ଜଣଙ୍କ ଜୀବନ ନେଇଛି କରୋନା । ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୧୨୦ ଜଣ ପ୍ରାଣ ହରାଇଛନ୍ତି ।

ମହାରାଷ୍ଟ୍ରରେ ୯ ହଜାର ସଂକ୍ରମିତ

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ର ବିଶେଷକରି ମୁମ୍ବାଇ ଦେଶର କରୋନା ଏପିକ୍ ସେଣ୍ଟର ଭାବେ ଉଭା ହୋଇଛି । କୋଭିଡ୍-୧୯ ଦ୍ୱାରା ମହାରାଷ୍ଟ୍ରରେ ୯,,୩୧୮ ଜଣ ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ୧୩୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଲକଡାଉନ୍ ସତ୍ୱେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟାବୃଦ୍ଧି ଉଦ୍ଧବ ସରକାରଙ୍କ ଚିନ୍ତା ବଢାଇ ଦେଇଛି ।

ମାଙ୍କଡ଼ଙ୍କ ଉପରେ ସଫଳ ହେଲା କରୋନା ଭାକସିନ୍ ପରୀକ୍ଷଣ: ମଣିଷଙ୍କ ଉପରେ ଟ୍ରାଏଲ ପାଇଁ ବ୍ରିଟେନ୍ ଦେବ ମୋଟା ଅଙ୍କ

Leave a Reply