ଏଲଏସିରେ ଫେରୁଛି ଶାନ୍ତି: ଆଜି ଶେଷ ହେବ ଅପସାରଣ ପ୍ରକ୍ରିୟା

1 min read

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା-ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ଅପସାରିତ ହେଉଛନ୍ତି ଭାରତ ଏବଂ ଚୀନ ସେନା । ଆଜି ଅପସାରଣ ଶେଷ ହେବ ବୋଲି ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ମନ୍ତ୍ରଣାଳୟରୁ ଜାରି ବିବୃତି ଅନୁସାରେ ଉଭୟ ପକ୍ଷର ସମ୍ପୂର୍ଣ୍ଣ ସେନା ଅପସାରଣ କରାଯାଉଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଶିବିର ଏବଂ ଅନ୍ୟାନ୍ୟ ଭିତ୍ତିଭୂମିକୁ ନଷ୍ଟ କରାଯିବ ।

ଏଥିପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ଗତ ଜୁଲାଇ ୧୭ ତାରିଖରେ ଭାରତ ଏବଂ ଚୀନ ମଧ୍ୟରେ ଅନୁଷ୍ଠିତ ୧୬ତମ ସେନାସ୍ତରୀୟ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । ଆଲୋଚନା ମାଧ୍ୟମରେ ଗଲଓ୍ବାନ ବିବାଦର ସମାଧାନ ପାଇଁ ପ୍ରୟାସ କରୁଛନ୍ତି ଭାରତ ଓ ଚୀନ । ୨୦୨୦ ଜୁନରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ପରେ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରେ ଉତ୍ତେଜନା ବଢିଥିଲା । ଗତ ଦୁଇ ବର୍ଷ ଧରି ଉଭୟ ପକ୍ଷର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ଥିଲେ ।