ଲଦାଖ ସୀମା ବିବାଦ: ଭାରତର ସମାନ ଦାବି, ‘ଚୀନ ସେନା ପଛକୁ ହଟ’

1 min read

ନୂଆଦିଲ୍ଲୀ: ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ କୋର କମାଣ୍ଡରସ୍ତରୀୟ ଆଲୋଚନା । ଅନେକ ଦିନରେ ବ୍ୟବଧାନ ପରେ ରବିବାର ପୁଣି ଥରେ ଭାରତ ଓ ଚୀନ ସେନା ମଧ୍ୟରେ କୋର କମାଣ୍ଡରସ୍ତରୀୟ ବୈଠକ ହୋଇଛି । ଦୀର୍ଘ ୧୫ ଘଣ୍ଟା ଧରି ଚାଲିଲା ମାରାଥନ୍‌ ଆଲୋଚନା। ସୀମାରୁ ସେନା ପ୍ରତ୍ୟାହାର ଦାବି ଦୋହରାଇଛି ଭାରତ।

ପ୍ରାୟ ଅଢେଇ ମାସ ପରେ ଗତକାଲି ଭାରତ ଓ ଚୀନ୍ ମଧ୍ୟରେ ନବମ ପର୍ଯ୍ୟାୟ କମାଣ୍ଡରସ୍ତରୀୟ ଆଲୋଚନା ହୋଇଥିଲା । ଏଲଏସି ମୋଲଡୋରେ ଉଭୟ ପକ୍ଷର ସେନା ଅଧିକାରୀ ଆଲୋଚନା କରିଥିଲେ । ଏଥିରେ ଲଦାଖ ସୀମାରୁ ସେନା ପ୍ରତ୍ୟାହାର ଉପରେ  ଭାରତ ଜୋର୍‌ ଦେଇଛି। ଗତ ନଭେମ୍ବର ୬ ତାରିଖରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ସମାନ ଦାବି ରଖିଥିଲା। ଏଥର ବି ଭାରତ ସୀମାରେ ଶାନ୍ତି ସ୍ଥାପନ ପାଇଁ ଚୀନ୍ ସେନା ପଛକୁ ହଟାଇବାକୁ କହିଛି ।

ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଉଭୟ ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ହୋଇଛନ୍ତି । ଲଦାଖରେ ମୁହାଁମୁହିଁ ହେବା ପରେ ଏବେ ସୁଦ୍ଧା କୌଣସି ସମାଧାନ ବାହାରି ପାରିନି। ଦୁଇଦେଶ ମିଳିତ ଭାବେ ଏନେଇ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବାକୁ ବୈଠକରେ ଭାରତ ପ୍ରସ୍ତାବ ରଖିଛି। ପୂର୍ବ ଲଦାଖରେ ପ୍ରାୟ ୫୦ହଜାର ଭାରତୀୟ ଯବାନ ମୁତୟନ ହୋଇଛନ୍ତି।

 

Leave a Reply