ଆମେରିକା ଗୁଇନ୍ଦା ଏଜେନ୍ସିର ସୂଚନା, ଭାରତ-ଚୀନ ସଂଘର୍ଷରେ ଚୀନର ୩୪ ସୈନିକ ଆହତ

ୱାଶିଂଟନ୍: ଲଦାଖର ଗଲବାନ ଭ୍ୟାଲେରେ  ଚୀନ ଏବଂ ଭାରତୀୟ ସୈନିକ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଜଣ ସୈନିକ ସହିଦ ହୋଇଛନ୍ତି । ଅନ୍ୟପଟେ ଚୀନ ନିଜ ପକ୍ଷରେ ହୋଇଥିବା କ୍ଷତି ସଂପର୍କରେ କୌଣସି ସରକାରୀ ପୃଷ୍ଟି ଦେଇନାହିଁ । ଭାରତୀୟ ଏଜେନ୍ସିସ୍ ମୁତାବକ ଚୀନର ୪୩ ଜଣ ସୈନିକ ମୃତାହତ ହୋଇଛନ୍ତି । ଅନ୍ୟପଟେ ଆମେରିକା ଗୁଇନ୍ଦା ଏଜେନ୍ସି ମଧ୍ୟ ଏହି କଥାକୁ ପୃଷ୍ଟି କରିଛି ଯେ, ଚୀନର ପ୍ରାୟ ୩୪ ସୈନିକ ଏହି ସଂଘର୍ଷରେ ଆହତ ହୋଇଛନ୍ତି ।

ଆମେରିକା ଏହି ଘଟଣା ଉପରେ ଖୁବ ଲୀକ୍ଷ୍ଣ ନଜର ରଖିଛି । ଚୀନ ନିଜ କ୍ଷତି ସଂପର୍କରେ ଏଯାବତ କୌଣସି ସରକାରୀ ପୃଷ୍ଟି କରିନାହିଁ । କିନ୍ତୁ ଆମେରିକୀୟ ଗୁଇନ୍ଦା ଏଜେନ୍ସିର ସୂଚନା ମୁତାବକ ଚୀନର ପାଖାପାଖି ୩୫ ଜଣ ସୈନିକ ଏହି ସଂଘର୍ଷରେ ଆହତ ହୋଇଥିବା ସୂଚନା ରହିଛି । ଏଥିରେ ଚୀନ ସେନାର ଜଣେ ବରିଷ୍ଠ ଅଫିସର ମଧ୍ୟ ସାମିଲ ଅଛନ୍ତି । ସୂଚନା ମୁତାବକ ସୋମବାର ରାତିରେ ଦୁଇ ଦେଶର ସେନାବାହିନୀ ସାମ୍ନାସାମ୍ନୀ ହୋଇଥିଲେ । ଏହି ସଂଘର୍ଷ ପରେ ଦୁଇ ଦେଶର ସେନା ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ଶାନ୍ତି ବଜାୟ ରଖିବା ପାଇଁ ଦୁହେଁ ସହମତି ପ୍ରକାଶ କରିଥିଲେ । ଏହି ବୈଠକ ପରେ ଦୁଇ ଦେଶ ପଛକୁ ଘୁଞ୍ଚିୁଥିଲେ ।

ଭୁଲ ବଶତଃ ହୋଇଥିଲା ଲଢ଼େଇ, ଗାତରେ ଖସିଲେ ସୈନିକ

ଅମେରିକା ସୂତ୍ର ଅନୁଯାୟୀ, ଦୁଇ ଦେଶର ସୈନିକ ବିନା ଅସ୍ତ୍ରଶସ୍ତ୍ରରେ ପ୍ରଥମେ ଲଢ଼େଇ କରିବା ଆରମ୍ଭ କରିଥିଲେ । ଇତି ମଧ୍ୟରେ ସୈନିକମାନେ ପରସ୍ପରକୁ ଛୁରୀ, ଲୁହା ରଡ୍ ଏବଂ ଅନ୍ୟ ଜିନିଷରେ ଆକ୍ରମଣ କରିଥିଲେ । ଏହି ସଂଘର୍ଷ ମଧ୍ୟରେ ଦୁଇ ଦେଶର ଅନେକ ସୈନିକ ଏକ ଖାଲ ମଧ୍ୟକୁ ଖସିଯାଇଥିଲେ ଏବଂ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଅମେରିକା ଗୁଇନ୍ଦା ଏଜେନ୍ସି ମୁତାବକ ଜିନପିଙ୍ଗ୍ ସରକାର ଏଥିପାଇଁ ଏହି ଲଢ଼େଇର କ୍ଷତି ସମ୍ବନ୍ଧୀୟ କୌଣସି ତଥ୍ୟ ଦେଉନାହିଁ କାରଣ ସେ ଚୀନର ଜନତା ସମ୍ମୁଖରେ ଲଜ୍ଜିତ ହେବାକୁ ଚାହୁଁନାହିଁ । କରୋନା ଭାଇରସ ସଂକ୍ରମଣ କରିବା ପରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ଲୋକପ୍ରିୟତା କମିଯାଇଛି ।

ଆମେରିକା ମୁତାବକ, ଚୀନ ବିଗତ କିଛି ସମୟ ହେବ ଅକସାଇ ଚୀନ ଏବଂ ଲଦାଖର କିଛି ଅଞ୍ଚଳରେ ଆକ୍ରାମକ ହେବାର ଦେଖିବାକୁ ମିଳୁଛି । କରୋନା ସଂକ୍ରମଣର ଫାଇଦା ଉଠାଇ ଚୀନ ବାରମ୍ବାର ଭିଏତନାମ, ହଙ୍ଗକଙ୍କ୍ ଏବଂ ଭାରତୀୟ ସୀମା ଉପରେ ଚାପ ବଢ଼ାଇବାର କାମ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ସଂପର୍କକୁ ନେଇ ଚୀନ ଖୁବ ଚିନ୍ତିତ ରହିଛି ତେଣୁ ଏଥିପାଇଁ ଏହିଭଳି କାମ କରି ଭାରତ ଉପରେ ନିଜର ଚାପ ବଢ଼ାଇବାରେ ଲାଗିଛି ।

Leave a Reply