LACରେ ଉତ୍ତେଜନା ହ୍ରାସ ସମ୍ଭାବନା, ଅଷ୍ଟମ ରାଉଣ୍ଡ ବୈଠକରେ ହେଲା ସହମତି

1 min read
India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ଲଦାଖ: ଲଦାଖରେ ଲଗାତାର ତାପମାତ୍ରା ଖସୁଛି । ଥଣ୍ଡା ବଢ଼ିବା ସହ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଭାରତ-ଚୀନ୍ ସୈନିକଙ୍କୁ ହଟାଇବା ଲାଗି ପରସ୍ପର ମଧ୍ୟରେ ସହମତି ପାଖାପାଖି ପହଞ୍ଚିଛନ୍ତି । କାରଣ ସେନା ସ୍ତରରେ ଆଲୋଚନା ଠିକ୍ ଦିଗରେ ଯାଉଛି । ଉତ୍ତେଜନା କମାଇବା ଦିଗରେ ଉଭୟ ଦେଶ ମଧ୍ୟରେ ଏବେ ଯାଏଁ ୪ କମାଣ୍ଡର ସ୍ତରର ଅଷ୍ଟମ ରାଉଣ୍ଡ ବୈଠକ ହୋଇ ସାରିଲାଣି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ସୂତ୍ର ଅନୁସାରେ- ଏହି ଦିଗରେ କରାଯାଇଥିବା ଉପାୟକୁ କିଛିଗିନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଅନ୍ତିମ ରୂପ ଦିଆ ଯାଇପାରେ । ଯାହାଦ୍ୱାରା ପର୍ଯ୍ୟାୟକ୍ରମେ ସମସ୍ତ ବିବାଦିତ କ୍ଷେତ୍ରରୁ ସୈନିକଙ୍କୁ ପଛକୁ ହଟାଇବା ସାମିଲ୍ ରହିଛି । ସୂତ୍ରଙ୍କ କହିବା ଅନୁସାରେ ଏହି ମାମଲାରେ ଭାରତ ସାବଧାନତାର ସହ ଆଗକୁ ବଢ଼ୁଛି । କାରଣ ଭାରତ ଚାହେଁ କଥାବାର୍ତ୍ତା ଓ ବୁଝାମଣା ବାସ୍ତବରେ ପରିଣତ ହୋଇ କ୍ଷେତ୍ରରେ ଦେଖାଯାଉ । ଆଲୋଚନାରେ ଟ୍ୟାଙ୍କ ଓ ସଶସ୍ତ୍ର ଯାନକୁ ଏବେର ସ୍ଥାନରୁ ପଛକୁ ଫେରାଇନେବା ମଧ୍ୟ ସାମିଲ୍ ଅଛି । ଏହା ବାବଦରେ ଆସନ୍ତା କିଛି ଦିନ ମଧ୍ୟରେ ଅଗ୍ରଗତି ହେବା ସମ୍ଭାବନା ରହିଛି ।

ଅଷ୍ଟମ ରାଉଣ୍ଡ ଆଲୋଚନାରେ ଉଭୟ ପକ୍ଷ ବିବାଦୀୟ ମାମଲା ଉପରେ କିଛି କରିବା ପୂର୍ବରୁ ଓ ପ୍ରସଙ୍ଗରେ ଚର୍ଚ୍ଚା କରିବେ । ଦୁଇ ପକ୍ଷ ଭାରତ-ଚୀନ ମଧ୍ୟରେ ରବିବାର ଚୁଶୁଳରେ ଅଷ୍ଟମ ରାଉଣ୍ଡ କୌର କମାଣ୍ଡର ସ୍ତରୀୟ ବୈଠକ ପରେ ମିଳିତ ବୟାନ ଜାରି କରିଛନ୍ତି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ବୟାନରେ କହିଛନ୍ତି- ଦୁଇ ପକ୍ଷ ଭାରତ ଓ ଚୀନ ସୀମା କ୍ଷେତ୍ରର ପଶ୍ଚିମ ଅଞ୍ଚଳରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ସୈନିକଙ୍କୁ ପଛକୁ ହଟାଇବା ନେଇ ଏକ ସ୍ପଷ୍ଟ, ଗଭୀର ଓ ଗଠନମୂଳକ ଆଲୋଚନା ହୋଇଥିଲା । ବୈଠକରେ ଉଭୟ ପକ୍ଷ ଦୁଇ ଦେଶର ନେତାଙ୍କ ଦ୍ୱାରା ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହମତିକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବୁଝାମଣା କରିଥିଲେ । ନିଜ ସୀମାରେ ମୁତୟନ ହୋଇଥିବା ସୈନିକଙ୍କୁ ସଂଯମତା ଦେଖାଇବା, ଭୁଲ୍ ଆକଳନରୁ ବିରତ ରହିବା ଉପରେ କାମ କରିବାକୁ ସହମତି ହୋଇଛି ।

India China Likely To See Breakthrough Military Standoff In Ladakh 8th Round Of Corps Commander Level Meeting

ଏଥିସହ ସୈନ୍ୟ ଓ ରାଜନୟିକ ସ୍ତରରେ ସମ୍ବାଦ ଓ ସଞ୍ଚାର ଜାରି ରଖିବାକୁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି । ବୈଠକରେ ଆଲୋଚନା ଜାରି ରଖି ଅନ୍ୟ ପ୍ରସଙ୍ଗ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯାହାଫଳରେ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ । ବୟାନରେ ଆହୁରି କୁହାଯାଇଛି- ଶୀଘ୍ର ହିଁ ଆଉ ଏକ ବୈଠକ ପାଇଁ ସହମତି ହୋଇଛି । ଭାରତ ଓ ଚୀନ ମଧ୍ୟରେ ବିଗତ ୬ ମାସରୁ ଅଧିକ ସମୟ ଧରି ସାମରିକ ବିବାଦ ଲାଗି ରହିଛି ।

Leave a Reply