LACରେ ହିଂସାତ୍ମକ ସଂଘର୍ଷ, ଚୀନର ୫ଜଣ ସୈନିକ ନିହତ

1 min read

ଦୀର୍ଘ ଦିନ ଧରି ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଗମ୍ଭୀର ହୋଇଛି । ସୋମବାର ରାତିରେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଦୁଇ ଭାରତୀୟ ସେନା ଅଧିକାରୀ ଏବଂ ଦୁଇ ସୈନିକ ସହିଦ ହୋଇଛନ୍ତି । ସୋମବାର ରାତିରେ ଗାଲଭାନ ଉପତ୍ୟକା ନିକଟରେ ଏହି ଘଟଣା ଘଟିଛି, ଦୁଇ ଦେଶ ମଧ୍ୟରେ ଆଲୋଚନା ପରେ ସବୁକିଛି ସ୍ୱାଭାବିକ ହେବା ପରେ ଏଭଳି ପରିସ୍ଥିିତି ଦେଖା ଦେଇଥିଲା ।

କୁହାଯାଉଛି ଯେ କେବଳ ଭାରତ ନୁହେଁ ଚୀନରେ ମଧ୍ୟ କିଛି ସୈନିକ ଆହତ ହୋଇଛନ୍ତି । ଏହି ଝଗଡା ବେଳେ କୌଣସି ପ୍ରକାରର ଗୁଳି ବିନିମୟ ହୋଇ ନାହିଁ, ଅର୍ଥାତ୍ ବିନା ହତିଆରରେ ଝଗଡା ହୋଇଥିଲା । ଏହି ଝଗଡ଼ାରେ ଚିନର କିଛି ସୈନିକ ଆହତ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ଅଶାନ୍ତ ସୀମାନ୍ତ: ୫୦ ବର୍ଷରେ ପ୍ରଥମ ଥର ପାଇଁ ଭାରତ-ଚୀନ ସୀମାରେ ହିଂସା !

ଭାରତୀୟ ସେନା ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ସୋମବାର ରାତିରେ ଗାଲଭାନ ଉପତ୍ୟକାରେ ଡି-ଏସ୍କାଲେସନ ପ୍ରକ୍ରିୟା ସମୟରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ଦୁଇ ସୈନିକ ଶହୀଦ ହୋଇଛନ୍ତି ।

Leave a Reply