spot_img

Latest Posts

ଚୀନର ଧମକ, ଭାରତ ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ

ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସରେ ଭାରତକୁ ଧମକ ଦେବା ଭଳି ସମ୍ବାଦ ପ୍ରକାଶ ପାଇଛି। ଏହାର ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ ହୋଇଛି ଯେ ଚୀନ୍ ସରକାରକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ହେବ । କାରଣ  ସୀମାରେ ଭାରତ ସହ ସ୍ଥିତି ବିଗିଡିବାରେ ଲାଗିଛି।

ନିଜ ଇଚ୍ଛା ଅନୁସାରେ ସୀମାରେ ଜାଗା ମିଳିବ ନାହିଁ ବୋଲି ଭାରତକୁ ବୁଝିବା ଆବଶ୍ୟକ ବୋଲି ଖବରକାଗଜରେ ଉଲ୍ଲେଖ ରହିଛି । ଆଉ ଯଦି ଯୁଦ୍ଧ ହୁଏ ତାହେଲେ ଭାରତ ନିଶ୍ଚିତ ରୂପେ ହାରିବ । କୌଣସି ପ୍ରକାର ରାଜନୈତିକ ଚାପକୁ ଚୀନ୍ ବରଦାସ୍ତ କରିବ ନାହିଁ। ସୀମା ବିବାଦକୁ ନେଇ ଚୀନ୍ ଦୁଇଟି କଥା ଉପରେ ଫୋକସ୍ ରଖିଛି ।

ପ୍ରଥମଟି ଭାରତ ଯେତେ ହଇରାଣ କଲେ ମଧ୍ୟ ଚୀନ୍ ନିଜ ସିଦ୍ଧାନ୍ତରୁ ହଟିବ ନାହିଁ। ଚୀନର ସୀମା କେବଳ ଚୀନର ହିଁ । ଆଉ ଦ୍ୱିତୀୟଟି ହେଉଛି ସୀମା ମାମଲାରେ ଭାରତ ନୀଦରେ ଶୋଇଛି, ସେ ଉଠିବା ଯାଏଁ ଆମେ ଅପେକ୍ଷା କରିବୁ । ଚୀନର ଲୋକେ ଜାଣନ୍ତି ଭାରତ ଓ ଚୀନ୍ ଦୁହେଁ ମହାଶକ୍ତି ବୋଲି । ଦୁଇ ଜଣଙ୍କ ପାଖରେ ପର୍ଯ୍ୟାପ୍ତ କ୍ଷମତା ରହିଥିବା ଯୋଗୁଁ ସୀମା ବିବାଦ ଲମ୍ବା ସମୟ ଧରି ଚାଲି ରହିବ। ଏଭଳି ଘଟଣା ବହୁ ଦୁଃଖଦାୟକ । ଯଦି ଭାରତ ଏହିପରି କରିବାକୁ ଚାହୁଁଛି ତାହେଲେ ଚୀନ୍ ଶେଷ ଯାଏଁ ଏହାକୁ ଜାରି ରଖିବ ।

Latest Posts

Don't Miss