୧୫ ବର୍ଷ ଧରି LACରେ ଲଦାଖର ଏହି ଅଂଚଳକୁ ପାଟ୍ରୋଲିଂ ପାଇଁ ଯାଇ ପାରୁନାହିଁ ଭାରତୀୟ ସେନା,ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଗତ ମାର୍ଚ୍ଚ ମାସ ଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ସୀମା ବିବାଦ ଲାଗି ରହିଛି । ଏହା ମଧ୍ୟରେ ଏକାଧିକ ଅଞ୍ଚଳକୁ ନେଇ ଚର୍ଚ୍ଚା ଜାରି ରହିଛି । ଯେପରି ପେଙ୍ଗୋଙ୍ଗ,ଗଲଓ୍ୱାନ ଘାଟୀ ଓ ଗୋଗରା ପଏଣ୍ଟ ଇତ୍ୟାଦି । ଅବଶ୍ୟ ଏହି ପୂରା ଘଟଣାକୁ ନେଇ ଜଣେ ଅଧିକାରୀ କହିଛନ୍ତି କି ଡେପସଙ୍ଗ ଠାରେ ଭାରତର କୌଣସି ଅଞ୍ଚଳ ଚୀନ କବଜାରେ ନାହିଁ, କିନ୍ତୁ ଏଠାକୁ ୧୦ରୁ ୧୫ ବର୍ଷ ପର୍ଯ୍ୟନ୍ତ ସୈନ୍ୟମାନେ ଯାଇପାରୁ ନାହାଁନ୍ତି । ପଶ୍ଚିମ ମୋର୍ଚ୍ଚାରେ ପାକିସ୍ତାନ ସହ ଭାରତୀୟ ସେନା ମୁହାଁମୁହିଁ ପରିସ୍ଥିତିରେ ଥିବାରୁ ଦ୍ୱିତୀୟ କମାଣ୍ଡର ସେନା ଦ୍ୱାରା ଲଦାଖରେ ନିଜ ଉପସ୍ଥିତି ବଢାଇଛି ।  ଏପର୍ଯ୍ୟନ୍ତ ଭାରତୀୟ ସୈନ୍ୟଙ୍କ ସହିତ ଅହରହ ଲାଗି ରହିଛନ୍ତି, ଯେଉଁ କାରଣରୁ ଭାରତୀୟ ସୈନ୍ୟଙ୍କୁ ଦ୍ୱିତୀୟ କମାଣ୍ଡ ଦଳ ଜରିଆରେ ଲଦାଖରେ ନିଜର ଉପସ୍ଥିତିକୁ ବଢାଇବାକୁ ପଡ଼ିଲା ।

ଗଣମାଧ୍ୟମର ଖବର ଅନୁସାରେ ଡେପସାଙ୍ଗ୍ ଅଞ୍ଚଳରେ ଚୀନ ତା’ର ଦୁଇଟି ବ୍ରିଗେଡ  ମୃତୟନ କରି ରଖିଛି । ଏଥିପାଇଁ ଭାରତର ପେଟ୍ରୋଲିଙ୍ଗ ପଏଣ୍ଟ ପିପି ୧୦ରୁ ପିପି ୧୩ ପର୍ଯ୍ୟନ୍ତ ସମ୍ପର୍କ ବିଛିନ୍ନ ହୋଇଛି । ତେବେ ଡେପସାଙ୍ଗ୍ ଅଞ୍ଚଳ ଭାରତ ପାଇଁ ଅତ୍ୟନ୍ତ ଜରୁରୀ । ବର୍ତ୍ତମାନ ଜାରି ରହିଥିବା ଗତିରୋଧର କିିଛି ଦିନ ପୂର୍ବରୁ ଚୀନ୍ ଏଭଳି ଉଦ୍ୟମ କରିଥିଲା ।  ଏହି ସ୍ଥାନ ପୂର୍ବରୁ କାରାକୋରମ ପାସ ପାଖରେ ଅବସ୍ଥିତ ଦୌଲତବେଗ୍ ଓଲ୍ଡିଠାରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ଏକ ସମତଳ ଭୂମି ହୋଇଥିବାରୁ କେହିମଧ୍ୟ ସ୍ପାଙ୍ଗୁର ଗ୍ୟାପ୍ କିମ୍ବା ଚୁସୁଲ ସବସେକ୍ଟର ଭଳି ଆକ୍ରମଣ କରିପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାଖାପଖି ୯୭୨ ବର୍ଗ କିଲୋମିଟର ଅଂଚଳରେ ପ୍ରାୟ ୧୫ ବର୍ଷ ଧରି ପାଟ୍ରୋଲିଂ ହୋଇନାହିଁ । ଜନୈକ ସେନା ଅଧିକାରୀଙ୍କ ଅନୁସାରେ ଆଗରୁ ଭାରତୀୟ ସେନା ଉକ୍ତ ଅଂଚଳକୁ ପାଟ୍ରୋଲିଂ ପାଇଁ ଯାଉଥିଲା କିନ୍ତୁ ଏବେ ଚୀନ୍ ସେନା ଆମକୁ ରୋକୁଛି ।

Leave a Reply