LACରେ ହୋଇପାରେ ଯୁଦ୍ଧ, ଭାରତ ସୀମାରେ ଏକଜୁଟ କଲା ଏଭଳି ଭୟଙ୍କର ଯୁଦ୍ଧାସ୍ତ୍ର

1 min read

ନୂଆଦିଲ୍ଲୀ: ଗତକାଲି ଭାରତୀୟ ବାୟୁସେନାରେ ସାମିଲ ହୋଇଛି ରାଫେଲ । ରାଫେଲ ହେଉଛି ସବୁଠାରୁ ଶକ୍ତିଶାଳୀ ଯୁଦ୍ଧବିମାନ । ସେପଟେ ବାୟୁସେନାରେ ରାଫେଲ ସାମିଲ ହେବା ପରେ ଆଜି ସୀମାରେ ଚୀନର ଉତପାତ ବଢ଼ିଛି । ସୀମାରେ ପୁଣି ନିଜର ରଙ୍ଗ ଦେଖାଇବା ଆରମ୍ବ କରିଛି ଚୀନ୍‌ । ସୀମା ବିବାଦକୁ ଟାଳିବା ପାଇଁ ମସ୍କୋରେ ଭାରତ ଏବଂ ଚୀନର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ଏକ ବୈଠକ ହୋଇଛି । ସେହି ସମୟରେ ଚୀନ୍ ଭାରତ ସହ କଥାବାର୍ତ୍ତା କରୁଥିବା ବେଳେ ପେଙ୍ଗୋଙ୍ଗରେ ଚୀନ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଲାଗୁଛି ଯେମିତି ଚୀନ ପୁରା ଯୁଦ୍ଧର କରିବା ପାଇଁ ପ୍ରସ୍ତୁତ ହେଉଛି । ଏହା ଦେଖି ଭାରତୀୟ ସେନା ବର୍ତ୍ତମାନ LAC ରେ ୧୫୫ ମିଲିମିଟର ହ୍ୱାଇଜର୍ କ୍ଷେପଣାସ୍ତ୍ର ନିୟୋଜନ କରିବା ଆରମ୍ଭ କରିଛି ।

ବୋଫର୍ସ ତୋପ ନିୟୋଜନ ଭାରତୀୟ ସେନା ପାଇଁ ଏକ ପ୍ରମୁଖ ପଦକ୍ଷେପ ହୋଇଛି । ଏହି ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଚୀନ୍ ଅନୁପ୍ରବେଶ ଉଦ୍ୟମରୁ ତିଳେମାତ୍ର ହଟୁନାହିଁ । ଯଦି ଦେଖିବା ତେବେ ଏବେ ୪୦ ହଜାର ଭାରତୀୟ ସୈନିକ LAC ରେ ନିୟୋଜିତ ହୋଇଛନ୍ତି । ବାୟୁସେନା ମଧ୍ୟ ପ୍ରସ୍ତୁତ ଏବଂ ବର୍ତ୍ତମାନ ହ୍ୱାଇଜର୍ ତୋପ ମଧ୍ୟ ସୀମାରେ ମୁତୟନ କରାଯାଇଛି । ଯଦି ଚୀନ୍ ମଧ୍ୟ ଛୋଟ ଭୁଲ କରେ, ତେବେ ତାହାର ବଡ଼ ପରିଣାପ ଚୀନକୁ ଦେବାକୁ ପଡ଼ିବ ।

ଭାରତୀୟ ସୈନିକମାନେ ବର୍ତ୍ତମାନ ପେଙ୍ଗୋଙ୍ଗରେ ୪ ରେ ପହଞ୍ଚିଛନ୍ତି । ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଉଚ୍ଚତା ସ୍ଥାନରେ ସୈନିକମାନେ ପୁରା ତୟାର ରହିଛନ୍ତି । ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ଅଞ୍ଚଳରେ ଚୀନ୍‌ର ଅସ୍ଥିରତା ବୃଦ୍ଧି ପାଇଛି । ଯଦିଓ ଚୀନ୍ ନିଜର ଯବାନ, ଯାନବାହାନ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି, କିନ୍ତୁ ଭାରତ ମଧ୍ୟ ଉଚିତ ଜବାବ ଦେବା ପାଇଁ ପୁରା ତୟାର ରହିଛି । ଭାରତୀୟ ସୈନିକମାନେ ଉଚ୍ଚତାରେ ଉପସ୍ଥିତ ଅଛନ୍ତି ଏବଂ ସେମାନେ ଚୀନ୍ ସେନାର କାର୍ଯ୍ୟକଳାପ ଉପରେ ସବୁବେଳେ ନଜର ରଖିଛନ୍ତି ।

Leave a Reply