ଚୀନ୍‌କୁ ଜବାବ୍‌ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍‌ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍

1 min read

ଲଦାଖ: ଚୀନ୍ ସହ ତିକ୍ତତା ଲାଗିରହିଥିବା ବେଳେ ଲଦାଖରେ ନିଜ ସ୍ପେଶାଲ ଫୋର୍ସକୁ ମୁତୟନ କରିଛି ଭାରତ । ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ସ୍ପେଶାଲ ଫୋର୍ସର ୟୁନିଟ୍‌ଗୁଡ଼ିକୁ ଲଦାଖରେ ନିୟୋଜିତ କରାଯାଇଛି । ସେମାନେ ସେଠାରେ ଅଭ୍ୟାସ କରୁଛନ୍ତି । ସୂଚନା ଯୋଗ୍ୟ ଯେ, ୨୦୧୭ରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଏହି ସ୍ୱତନ୍ତ୍ର ବାହିନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଚୀନ୍ ବିରୋଧରେ ମଧ୍ୟ ବ୍ୟବହାର କରାଯାଇପାରିବ ।

Ladakh face-off | Tense standoff continues along LAC - The Hindu

ପୂର୍ବ ଲଦାଖରେ ସ୍ୱତନ୍ତ୍ର ବାହିନୀର ଗୋଟିଏ ୟୁନିଟ୍‌ ମୁତୟନ ହୋଇଛି । ସେମାନଙ୍କର ଭୂମିକା ବିଷୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଯାଇଛି । ଭାରତରେ ୧୨ରୁ ଅଧିକ ସ୍ୱତନ୍ତ୍ର ଫୋର୍ସର ରେଜିମେଣ୍ଟ ରହିଛି । ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ତାଲିମ ନେଉଛନ୍ତି । ଜମ୍ମୁ କଶ୍ମୀରରେ ନିୟୋଜିତ ସ୍ୱତନ୍ତ୍ର ବାହିନୀ ନିୟମିତ ଭାବେ ଲେହ ଏବଂ ଏହାର ଆଖପାଖର ଉଚ୍ଚତର ଅଞ୍ଚଳରେ ସମରାଭ୍ୟାସ କରୁଛନ୍ତି ।

A Tale Of Two Lines At The Core Of India-China Border Dispute

ଉଲ୍ଲେଖ ଥାଉ ଯେ, ମେ’ ମାସ ଆରମ୍ଭରୁ ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଦେଖାଦେଇଛି । ୧୫ ଜୁନ୍‌ରେ ଲଦାଖର ଗଲଓ୍ୱାନ ଉପତ୍ୟକାରେ ହିଂସାତ୍ମକ ସଂଘର୍ଷ ପରେ ଏହି ଉତ୍ତେଜନା ବୃଦ୍ଧି ପାଇଥିଲା । ଏହି ସଂଘର୍ଷରେ ଭାରତର ୨୦ଜଣ  ସୈନିକ ସହିଦ ହୋଇଥିବାବେଳେ ଚୀନ୍ ଏହାର ସୈନିକଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ।

National Security Challenges

ଉଭୟ ଦେଶ କଥାବାର୍ତ୍ତା ମାଧ୍ୟମରେ LACରେ ହିଂସା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି । ଭାରତ ଏବଂ ଚୀନ୍‌ର ସାମରିକ ଅଧିକାରୀଙ୍କ ମଧ୍ୟରେ ଅନେକ ରାଉଣ୍ଡ ବୁଝାମଣା ମଧ୍ୟ ହୋଇଛି । ତେବେ ଚୀନ୍ ଗୋଟାଏ ପଟେ କଥାବାର୍ତ୍ତା ମାଧ୍ୟମରେ ମୀମାଂସା କରୁଥିବା ଦେଖାଇହେଉଥିବା ବେଳେ ଅନ୍ୟ ପଟେ ଭାରତର ସୈନିକଙ୍କୁ ଆକ୍ରମଣ କରୁଛି । ଏଥି ସହିତ ଭାରତ ଚୀନ୍‌ଠାରୁ ସୈନିକମାନଙ୍କ ଶହୀଦ ହେବାର ପ୍ରତିଶୋଧ ନେବା ଆରମ୍ଭ କରିଛି।

Mikoyan-Gurevich MiG-21 - Wikipedia

ଅର୍ଥନୈତିକ କ୍ଷେତ୍ରରେ ସରକାର ଚୀନ୍‌କୁ ଆକ୍ରମଣ କରୁଛି । ଚାଇନାରେ ୫୯ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ମୋଦୀ ସରକାର ଚୀନ୍‌କୁ ଏକ ବଡ଼ ଝଟକା ଦେଇଛନ୍ତି । ଏହା ବ୍ୟତୀତ ଚାଇନାର କମ୍ପାନୀଗୁଡିକ ସହିତ ଚୁକ୍ତିନାମା ମଧ୍ୟ ବାତିଲ କରାଯାଉଛି।

ଚୀନ୍ ସହ ତିକ୍ତତା ମଧ୍ୟରେ ମୋଦୀ ସରକାର ମଧ୍ୟ ଅନେକ ବଡ଼ ନିଷ୍ପତ୍ତି ନେଉଛନ୍ତି । ଗୁରୁବାର ନିଜେ ପ୍ରତିରକ୍ଷା ପରିଷଦ ବୈଠକରେ ୨୧ଟି ମିଗ୍‌ -୨୯ ଏବଂ ୧୨ ସୁଖୋଇ (SU-30 MKI) ଯୁଦ୍ଧ ବିମାନ କ୍ରୟ ପାଇଁ ପ୍ରସ୍ତାବ ଅନୁମୋଦିତ ହୋଇଛି | ଏହା ସହିତ ୫୯ମିଗ -୨୯ ଯୁଦ୍ଧ ବିମାନର ନବୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି । MiG-29 ଯୁଦ୍ଧ ବିମାନ ଋଷଣୁ କିଣାଯିବ | ଏଥିସହ ବିଦ୍ୟମାନ ଥିବା ମିଗ୍ -୨୧ ଯୁଦ୍ଧ ବିମାନର ମଧ୍ୟ ଆଧୁନିକୀକରଣ କରାଯିବ ।

Leave a Reply