spot_img

Latest Posts

LACରେ ପୁଣି ଭାରତ-ଚୀନ ଯବାନ ମୁହାଁମୁହିଁ: ୨୦ ଚୀନ ସୈନ୍ୟ ଆହତ

ନୂଆଦିଲ୍ଲୀ: ଏପଟେ ବୈଠକ ସେପଟେ ପୁଣି ମୁହାଁମୁହିଁ । ସିକିମର ନାକୁଲାରେ ଭାରତ-ଚୀନ ଯବାନ ମୁହାଁମୁହିଁ ହୋଇଛନ୍ତି। ଚୀନ ଯବାନ ଅନୁପ୍ରବେଶ ବେଳେ ଉତ୍ତର ସିକିମର ନାକୁଲାରେ ଉତ୍ତେଜନା ପ୍ରକାଶ ପାଇଛି । ମୁହାଁମୁହିଁ ବେଳେ ଚୀନର ୨୦ ସୈନିକ ଆହତ ହୋଇଥିବା ବେଳେଳ, ଭାରତର ୪ ଜଣ ଯବାନ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଭାରତ ସୀମାକୁ ଚୀନର କିଛି ଯବାନ ଅନୁପ୍ରବେଶ ବେଳେ, ଭାରତୀୟ ଯବାନ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯବାନଙ୍କ ମଧ୍ୟରେ ହୋଇଥିବା ହାତାହାତି ବେଳେ ଚୀନର ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପରେ ଚୀନ ସେନାକୁ ସିକିମ ନାକୁଲା ସୀମାରୁ ହଟାଇ ଦେଇଛନ୍ତି ଭାରତୀୟ ସୈନିକ।

ଗୋଟେପଟେ ଏଲଏସିରେ ଉତ୍ତେଜନା ହ୍ରାସ ନେଇ ଭାରତ-ଚୀନ୍ ମଧ୍ୟରେ ବାରମ୍ବାର କୋର କମାଣ୍ଡରସ୍ତରୀୟ ଆଲୋଚନା ହେଉଥିବାବେଳେ ଅନ୍ୟପଟେ ସିକିମରେ ମୁହାଁମୁହିଁ ହୋଇଛନ୍ତି ଉଭୟ ପକ୍ଷ ସେନା। ପାଖାପାଖି ୯ ମାସ ହେଲାଣି ଚୀନ ଓ ଭାରତ ମଧ୍ୟରେ ପୂର୍ବରୁ ଲଦାଖରେ ବିବାଦ ଜାରି ରହିଛି। ଏବେ ପୁଣି ଚୀନ ସେନା ସିକିମରେ ଅନୁପ୍ରେବଶ କରିବାକୁ ଉଦ୍ୟମ କରିଛି।

 

Latest Posts

Don't Miss