ଭାରତ ଓ ଚୀନ ସୀମାରେ ଫେରୁଛି ସ୍ବାଭାବିକ ଅବସ୍ଥା
1 min readନୂଆଦିଲ୍ଲୀ : ଆଜି ଓ ଆସନ୍ତାକାଲି ସୁଦ୍ଧା ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରୁ ସୀମାରୁ ଉଚ୍ଛେଦ ପ୍ରକ୍ରିୟା। ପୂର୍ବ ଲଦାଖର ଡେମଚୋକ ଓ ଦେପସଙ୍ଗରୁ ଉଚ୍ଛେଦ ପ୍ରକ୍ରିୟା ଶେଷ ହେବ। କୂଟନୈତିକ, ସାମରିକ ଓ ସେନା ସ୍ତରରେ ବ୍ଯାପକ ଆଲୋଚନା ପରେ ଭାରତ ଓ ଚୀନ ଏହି ନିଷ୍ପତ୍ତି ନେଇଥିଲେ। ଗତ ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଆଲୋଚନା ହୋଇଥିଲା। ଗତ ୨୫ ତାରିଖରେ LACରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ। ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ବର୍ତ୍ତମାନ ଧୀରେ ଧୀରେ ଶେଷ ହେବାକୁ ଯାଉଛି । ଉଭୟ ପାର୍ଶ୍ଵରୁ ସମସ୍ତ ତମ୍ବୁ ଏବଂ ଅସ୍ଥାୟୀ ନିର୍ମାଣ ସମ୍ପୂର୍ଣ୍ଣ ରୂପେ ହଟାଯିବା ପରେ ଏକ ମିଳିତ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।