ବଢୁଛି ସୀମା ବିବାଦ, ଚୀନ୍‌ର ଉତ୍ପାତ ଦେଖି ଭାରତ ବି ହେଉଛି ପ୍ରସ୍ତୁତ

1 min read
India China border face-off: Talks will continue but military pushback also on Delhi’s table

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ବଢୁଛି ବିବାଦ । ସୀମାରେ ଉତ୍ତେଜନା ମୂଳକ ପରିସ୍ଥିତି । ଗୋଟିଏ ପଟେ ସୀମାରେ ଚୀନ୍‌ ପକ୍ଷରୁ ଯବାନଙ୍କୁ ମୁତୟନ କରାଯାଇଥିବା ବେଳେ ପରେ ବଙ୍କର ଓ ହେଲିପ୍ୟାଡ୍‌ ନିର୍ମାଣ କରାଯାଉଛି । ଚୀନ୍‌ର ଏଭଳି ଆଭିମୁଖ୍ୟ ଦେଖି ଭାରତ ମଧ୍ୟ ସୀମାରେ ଯବାନ ମୁତୟନ କରିବା ସହ ଶକ୍ତିଶାଳି ଆକାଶ ମିଜାଇଲ୍‌କୁ ମୁତୟନ କରିଛି ।

akash missile

ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ସୀମା ବିବାଦ ଆଲୋଚନା ମାଧ୍ୟମରେ ସମାଧାନ ହେବ ବୋଲି କୁହାଯାଇଥିବା ବେଳେ ସୀମାରେ ଚୀନ୍‌ ଉତ୍ପାତ ଆରମ୍ଭ କରିଛି । ହେଲେ ଚୀନ୍‌ର ଉତ୍ପାତକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଭାରତୀୟ ସେନା ପକ୍ଷରୁ ସୀମାରେ ମୁତୟନ ହୋଇଥିବା ଆକାଶ ମିଜାଇଲ୍‌ ଶତ୍ରୁକୁ ଆଖି ପିଛୁଳାକେ ଧ୍ୱଂଶ କରିବାର ଶକ୍ତି ରଖିଛି । ଏହା ଆକାଶ ମାର୍ଗରେ ଦ୍ରୁତ ଗତିରେ ଉଡ଼ିବା ସହ ଶତ୍ରୁକୁ କଡ଼ା ଯବାବ ଦେବାରେ ମଧ୍ୟ ସକ୍ଷମ ହେବ । ସବୁଠୁ ବଡ଼ କଥା ହେଲା ପାହାଡ଼ ଉପରେ ମଧ୍ୟ ଆକାଶ ସବୁ ପରିସ୍ଥିତିର ମୁକାବିଲା କରିପାରିବ ।

ତେବେ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଦେଇ ଆଲୋଚନା ଚାଲୁ ରହିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ସୀମାରେ ଉତ୍ତେଜନା ନେଇ ମୋଦି ସରକାର ଶ୍ରେଷ୍ଠ ନୀତି ନିର୍ଦ୍ଧାରକଙ୍କ ସହିତ ବିଚାର ବିମର୍ଶ କରୁଛନ୍ତି । ସେମାନଙ୍କ ମତ ଅନୁସାରେ ବିବାଦର ସମାଧାନ ପାଇଁ ଚୀନ୍ ସହିତ ଆଲୋଚନା ହେବା ଦରକାର ବୋଲି କୁହାଯାଇଛି । ହେଲେ ଆବଶ୍ୟକ ପଡିଲେ ଡ୍ରାଗନ୍ ସହିତ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମଧ୍ୟ କୁହିଛନ୍ତି ସରକାର ।

Leave a Reply