୧୯୬୨ର ଧୋକା ମନେ ଅଛି, ରାତିରେ ଜାଗ୍ରତ ରହିଲା ଭାରତୀୟ ବାୟୁସେନା

1 min read

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ଭିତରେ ଗଲବାନ ଘାଟିରେ ଚାଲିଥିବା ଉତ୍ତେଜନା ଏବେ ଥଣ୍ଡା ହେଉଥିବାର ଦେଖାଯାଇଛି । ସୋମବାର ଦିନ ଚୀନ ସେନା ସୈନିକମାନଙ୍କୁ ପଛକୁ ହଟାଇ ଆରମ୍ଭ କରିଦେଇଛି । କିନ୍ତୁ ଏବେ ବି ଭାରତ ତାର କଠୋରତା ଜାରି ରଖିଛି । ସୋମବାର ରାତିରେ ଭାରତ-ଚୀନ ସୀମା ପାଖରେ ଲଢୁଆ ହେଲିକପ୍ଟର ଅପାଚେ ତାର ଅପରେସନ କରିଛି । ଏଠାରେ ବିଳମ୍ବିତ ରାତିରେ ଆପାଚେ, ଚିନୁକ ସମେତ ବାୟୁସେନାର କେତେକ ହେଲିକପ୍ଟର ଉଡାଣ ଭରିବା ଏବଂ ସହ ଚୀନ ଉପରେ ନଜର ରଖୁଥିବାର ଦେଖା ଯାଇଛି ।

ଭାରତ-ଚୀନ ବର୍ଡର ଉପରେ ଫାରୱାର୍ଡ ବେସ ଉପରେ ଅପାଚେ ହେଲିକପ୍ଟର ନଜର ରଖିବାକୁ ଉଡ଼ାଣ ଭରିଥିଲା । ଭାରତୀୟ ବାୟୁସେନା ଲଗାତାର ବର୍ଡର ଉପରେ ଅଭ୍ୟାସ ଜାରି ରଖିଛି ଏବଂ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତି କରୁଛି । ତେବେ କେବଳ ଆପାଚେ ନୁହେଁ ଚୀନ ହେଲିକପ୍ଟର ମଧ୍ୟ ଏଠାରେ ଅଭ୍ୟାସ କରିଛି ।

ଆପାଚେ ହେଲିକପ୍ଟର ବ୍ୟତୀତ ମିଗ-୨୯ ସମେତ ଆଉ କିଛି ଯୁଦ୍ଧ ବିମାନ ଲେହର ଆକାଶରେ ଉଡ଼ୁଥିବାର ଦେଖାଯାଇଛି । ଆପଣଙ୍କୁ କହି ରଖୁଛୁ ଯେ, ଭାରତୀୟ ବାୟୁ ସେନାରେ ପୂର୍ବ ବର୍ଷ ୮ଟି ଲଢୁଆ ହେଲିକପ୍ଟର ଆପାଚେ  ନିଜର ସ୍ଥାନ ପକ୍କା କରିଥିଲା ଏହା ପରେ ସେନାର ଶକ୍ତି ମଧ୍ୟ ବଢିଥିଲା । ଆପାଚେ ହେଲିକପ୍ଟରକୁ ଆମେରିକାର କମ୍ପାନୀ ବୋଇଂ ତିଆରି କରିଥାଏ ।

ଏହି ବିମାନର ଲଢିବାର କ୍ଷମତା ଖୁବ୍ ଅଧିକ ହୋଇଥାଏ । ଏହାସହ ଡିଜାଇନ ଏମିତି ହୋଇଥାଏ ଯେ ଏହାକୁ ଧରିପାରିବା ମୁସ୍କିଲ । ଅପାଚେ ଘଣ୍ଟାପ୍ରତି ୨୮୦ କିମି ବେଗରେ ଉଡ଼ାନ ଭରି ପାରିବା ସହ ୧୬ ଆଣ୍ଟି ମିସାଇଲ ଛାଡ଼ିବାର କ୍ଷମତା ରଖିଥାଏ । ଏହି ହେଲିକପ୍ଟର ନଥକି ଲଗାତାର ୩ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରିବ ।

ସୂଚନା ଅନୁସାରେ ଚୀନ ସୋମବାର ଦିନ ଗଲବାନ ଘାଟି ପାଖରେ ତା ସେନାକୁ ପଛକୁ ହଟାଇଛି । ଯେଉଁଠାରେ ଦୁଇପକ୍ଷର ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ସେଠାରେ ଚୀନ ସେନା ପାଖାପାଖି ୨କିମି ପର୍ଯ୍ୟନ୍ତ ପଛକୁ ହଟିଛି । ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ନିଆଯାଇଛି ଯେ, ସୀମାରେ ସ୍ଥିତିରେ ସୁଧାର ଆଣିବାକୁ । ଏହାକୁ ନେଇ ଅଜିତ ଡୋଭାଲ ଏବଂ ଚୀନର ବିଦେଶ ମନ୍ତ୍ରୀ ମଧ୍ୟ କଥାବାର୍ତ୍ତା ହୋଇଛି ।

Tension With China: ୧୯୬୨ ମସିହା ଯୁଦ୍ଧ ପୂର୍ବରୁ ପ୍ରକାଶିତ ଏହି ଖବର କ’ଣ ପାଇଁ  ଏବେ ଚର୍ଚ୍ଚାରେ ? ଜାଣନ୍ତୁ

Leave a Reply