ଭାରତ ସୀମା ନିକଟରେ ଚୀନ ହେଲିକପ୍ଟର, ଉତ୍ତର ଦେବାକୁ ଉଡିଲେ ଭାରତୀୟ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି । ଏବଂ ଚୀନକୁ ଜବାବ ଦେବାକୁ ସୀମାରେ ଭାରତୀୟ ଯୁଦ୍ଧ ବିମାନକୁ ନିୟୋଜିତ କରାଯାଇଛି । ଏହା କରିବାର କାରଣ ହେଉଛି ଚୀନର ସାମରିକ ହେଲିକପ୍ଟର ଭାରତୀୟ ସୀମା ପାଖକୁ ଚାଲି ଆସିଥିଲା । ସୂଚନା ଅନୁସାରେ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟୋଲ ବା ଏଲଏସି ଉପରେ ଗତ ସପ୍ତାହରେ ଲଦାଖ ଏବଂ ଉତ୍ତର ସିକ୍କିମରେ ଏହି ଘଟଣା ଘଟିଥିଲା ।

କିଛିଦିନ ତଳେ ଉତ୍ତର ସିକିମରେ ଭାରତୀୟ ଏବଂ ଚୀନର ସୈନିକ ସାମ୍ନାସାମ୍ନି ହୋଇଥିଲା ଯେଉଁଥିରେ ଦୁଇ ପକ୍ଷର ସେନା ଆହତ ହୋଇଥିଲେ । ଏନେଇ ଭାରତୀୟ ଏବଂ ଚୀନ୍ ସେନା ଯବାନମାନେ ଆକ୍ରମଣାତ୍ମକ ହୋଇପଡ଼ିଥିଲେ । ଯେଉଁଥିରେ କିଛି ମାତ୍ରାରେ ଯବାନମାନେ ଆହତ ମଧ୍ୟ ହୋଇଥିଲେ । ଯଦିଓ ବୁଝାମଣା ପରେ ଦୁଇ ପକ୍ଷର ସେନା ଶାନ୍ତ ପଡ଼ିଥିଲେ । ଭାରତୀୟ ଏବଂ ଚୀନ ସେନା ମଧ୍ୟରେ କେବଳ ଉତ୍ତର ସିକିମରେ ହିଁ ନୁହେଁ ବରଂ ମେ ୫ରେ ଲଦାଖରେ ମଧ୍ୟ ଏମିତି ପରିସ୍ଥିତି ଦେଖାଦେଇଥିଲା । ଏବଂ ମେ ୬ରେ ଦୁଇ ପକ୍ଷର ସେନାଙ୍କ ମଧ୍ୟରେ ବୁଝାମଣା ହୋଇଯାଇଥିଲା । ଏହା ପରେ ଏଲଏସି ଉପରେ ଚୀନ ସେନା ହେଲିକପ୍ଟର ଉଡ଼ାଇଥିଲା ।

ଚୀନର ଏଭଳି ଦୁଃସାହାସ ଦେଖି ଭାରତୀୟ ବାୟୁସେନା ଆର୍ଲଟ ହୋଇଯାଇଥିଲେ । ଏବଂ ତରବରିଆ ଭାବେ ଲଦାଖ ସୀମାରେ ଯୁଦ୍ଧ ବିମାନ ଗୁଡ଼ିକୁ ନିୟୋଜିତ କରାଯାଇଥିଲା । ଏହାସହ ଯୁଦ୍ଧ ବିମାନଗୁଡ଼ିକୁ  ସୀମାନ୍ତରେ ନିୟୋଜିତ କରାଯାଇ ଚୀନକୁ କଡ଼ା ଜବାବ୍ ଦିଆଯାଇଥିଲା ।

ସୂଚନା ଅନୁସାରେ  ଚୀନର ହେଲିକପ୍ଟର ଭାରତୀୟ ସୀମା ଆଡକୁ ଉଡାଣ ଭରିବା ମାତ୍ରକେ  ଭାରତୀୟ ଯୁଦ୍ଧ ବିମାନ ଗୁଡ଼ିକୁ ଲଦାଖ ସେକ୍ଟର ସୀମାକୁ ଉଡାଣ ଭରିବାକୁ ଆଦେଶ ଦିଆଯାଇଥିଲ । ଭାରତୀୟ ବାୟୁସେନ ଯୁଦ୍ଧା ବିମାନଗୁଡ଼ିକୁ, ନିକଟରେ ଥିବା ନିଜ କ୍ୟାମ୍ପରୁ ହିଁ ଉଡ଼ାଣ ଭରିଥିଲେ ।  ଯଦିଓ ଚୀନ ହେଲିକପ୍ଟର ଭାରତୀୟ ବାୟୁ ଯେତ୍ରର ଉଲ୍ଲଂଘନ କରି ନଥିଲା । ତଥାପି ଭାରତୀୟ ଯୁଦ୍ଧ ବିମାନ ସତର୍କତା ଅବଲମ୍ବନ କରିଥିଲେ ।

Leave a Reply