ଆଜି ୭୩ତମ ସାଧାରଣତନ୍ତ୍ର ଦିବସ, ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ପରେଡରେ ସାମିଲ ହେବେ BSF

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହେବ । କୋଭିଡ କଟକଣାରେ ଉତ୍ସବ ପାଳନ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେଡରେ ୧୦ଟି କଣ୍ଟିଜେଣ୍ଟ ଭାଗ ନେଇଛନ୍ତି । ବିଏସଏଫ, ସିଆରପିଏଫ, ଏସଓଜି, ଓଏସଏଏପି, ଓଡ୍ରାଫ, ଫାୟାର, ଏସଏସବି ଓ ୩ଟି ବ୍ରାସବ୍ୟାଣ୍ଡ ଯୋଗ ଦେବେ । ଚଳିତବର୍ଷ ପ୍ରଥମ ଥର ରାଜ୍ୟସ୍ତରୀୟ ପରେଡରେ ବିଏସଏଫ ସାମିଲ ହେଉଛି । ଯୁବ ଆଇପିଏସ ରୋହିତ ବର୍ମା ପରେଡ କମାଣ୍ଡିଂ କରିବେ । ରାଜ୍ୟସ୍ତରୀୟ ପରେଡକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ରହିଛି ପରେଡ ଗ୍ରାଉଣ୍ଡ । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଳାଟୁନ ପୋଲିସ ଫୋର୍ସ, ୭୦ ଜଣ ବଛା ବଛା ପୋଲିସ ଅଫିସର ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।

Leave a Reply