ସୁଧୁରିଲା ଭାରତ-କାନାଡ଼ା ସଂପର୍କ, ଦୁଇ ଦେଶ ପୁଣି ଥରେ ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ରାଜି
1 min read
ନନ୍ଦିଘୋଷ ବ୍ୟୁରୋ : ସୁଧୁରିଲା ଭାରତ-କାନାଡ଼ା ସଂପର୍କ। ଦୁଇ ଦେଶ ପୁଣି ଥରେ ରାଷ୍ଟ୍ରଦୂତ ନିଯୁକ୍ତ କରିବାକୁ ରାଜି ହୋଇଛନ୍ତି। ମୋଦିଙ୍କ କାନାଡ଼ା ଗସ୍ତରେ ସେଠାକାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ନିଷ୍ପତ୍ତି ଭାବେ ଭାରତ ଏବଂ କାନାଡା ପରସ୍ପରର ରାଜଧାନୀରେ ହାଇକମିଶନରଙ୍କୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି। ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଅନ୍ୟାନ୍ୟ କୂଟନୈତିକ ପଦକ୍ଷେପ ଯଥାଶୀଘ୍ର ଗ୍ରହଣ କରାଯିବ। ଗତ ବର୍ଷ ଜଷ୍ଟିନ୍ ଟ୍ରୁଡୋଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ , ବ୍ରିଟିଶ୍ କଲମ୍ବିଆରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକୁ ନେଇ ଦୁଇ ଦେଶର ସଂପର୍କରେ ତିକ୍ତତା ଆସିଥିଲା। ନିର୍ଜରଙ୍କ ହତ୍ୟା ପାଇଁ ଭାରତକୁ ଦାୟୀ କରିଥିଲେ ଜଷ୍ଟିନ। ବିବାଦ ଏମିତି ହୋଇଥିଲା ଯେ, ଉଭୟ ଦେଶ ପରସ୍ପରର ହାଇକମିଶନର ଓ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ।