LACରେ ଚୀନ୍ ସେନାର ଅଭ୍ୟାସ ଉପରେ ଭାରତର କଡ଼ା ନଜର: ଲେଫଟନାଣ୍ଟ ଜେନରାଲ ମନୋଜ ପାଣ୍ଡେ

1 min read

ଲଦାଖ: ପ୍ରକୃତ ନିୟନ୍ତ୍ରଣ ରେଖାରେ ବେଶ୍ ସକ୍ରିୟ ଚୀନର ପିପୁଲସ ଲିବରେସନ ଆର୍ମି । ବିଭିନ୍ନ ସ୍ଥାନରେ ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିଥିବା ସହ ବିଭିନ୍ନ ନୀଚା ସ୍ଥାନରେ ସୈନ୍ୟ ମୁତୟନ କରିଛି ବୋଲି କହିଛନ୍ତି ପୂର୍ବାଞ୍ଚଳ ସେନା କମାଣ୍ଡର ଲେଫଟନାଣ୍ଟ ଜେନରାଲ ମନୋଜ ପାଣ୍ଡେ ।

ଏନେଇ ସେ କହିଛନ୍ତି ଯେ ବିଭିନ୍ନ ଆଲୋଚନା ସତ୍ତ୍ବେ ଚୀନ ବିବାଦୀୟ ଏଲଏସି ଅଞ୍ଚଳରେ ଗ୍ରାମ ପ୍ରତିଷ୍ଠା କରୁଛି ଏବଂ ସେଥିପ୍ରତି ବେଶ୍ ସଜାଗ ରହିଛି ଭାରତ । ଉଭୟ ସାମରିକ ଓ ବେସାମରିକ ସ୍ତରରେ ଭାରତ ସଜାଗ ରହିଛି ବୋଲି ସେ କହିଛନ୍ତି । ଅରୁଣାଚଳ ପ୍ରଦେଶର ରୁପାଠାରେ ପାଣ୍ଡେ କହିଛନ୍ତି ଏଲଏସିରେ ଚୀନ ନିଜର ସାମରିକ କାର୍ଯ୍ୟକଳାପ ବଢାଇବାରେ ଲାଗିଛି ଏବଂ ସ୍ଥାନୀୟ କମାଣ୍ଡର ସ୍ତରରେ ଏହାର ସମାଧାନ କରାଯାଉଛି ।

ତେବେ ସୀମାନ୍ତରେ ସୃଷ୍ଟି ହେଉଥିବା ଉତ୍ତେଜନା ପ୍ରଶମନ ଲାଗି ଭାରତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି ଏବଂ ତିନିଟି ହଟଲାଇନ ପ୍ରତିଷ୍ଠା ହୋଇଛି ବୋଲି କହିଛନ୍ତି । ଏଲଏସିରେ ଦୁଇ ପକ୍ଷ ଭିତ୍ତିଭୂମି ପ୍ରତିଷ୍ଠା କରୁଥିବା ବିଷୟ ସେ କହିଛନ୍ତି । ଅପରପକ୍ଷେ କେନ୍ଦ୍ର ସରକାର ସବୁବେଳେ ସ୍ଥିତି ଉପରେ ନଜର ରଖିଥିବା ଏବଂ ସରକାରଙ୍କ ବିଦେଶ ନୀତି ସବୁବେଳେ ସ୍ପଷ୍ଟ ରହିଥିବା ନେଇ ସୂଚନା ମିଳିଛି।

Leave a Reply