ଭାରତ-ପାକିସ୍ତାନକୁ ନେଇ ରାଜନୀତି, କୂଟନୀତି ଓ ସାମରିକ ସ୍ତରରେ ହଲଚଲ
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ହମଲା ମାମଲାରେ ଭାରତ-ପାକିସ୍ତାନ ଟକ୍କର। କୂଟନୈତିକ ସ୍ତରରେ ଘନୀଭୂତ ହୋଇଛି ଉତ୍ତେଜନା। ଆଜି ଜାମୁ ଓ କାଶ୍ମୀର ଗସ୍ତର ଯିବେ ସେନାମୁଖ୍ୟ । ସେପଟେ ଏହି ପ୍ରସଙ୍ଗକୁ ନେଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରକୃତ ନିୟନ୍ତ୍ରଣ ରେଖାରେ ପାକ୍ ସେନା ମୁତୟନ ହୋଇଥିବାବେଳେ ସୈନ୍ୟ ସଂଖ୍ୟା ବଢାଇଛି ପାକିସ୍ତାନ। ଏଲଓସି ଓ ଅନ୍ତର୍ଜାତୀୟ ସୀମାରେ ରହିଥିବା ବଙ୍କରରୁ ସର୍ଭେଲାନ୍ସ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସିଆଲକୋଟସ୍ଥିତ ଅନ୍ତର୍ଜାତୀୟ ସୀମାରେଖାରେ ପାକିସ୍ତାନ ସେନାକୁ ସତର୍କ ରଖାଯାଇଛି। ସେପଟେ ପହଲଗାଓଁ ଆକ୍ରମଣ ଘଟଣାରେ ଭାରତ ନେଇପାରେ ବଡ଼ ନିଷ୍ପତ୍ତି। ଏପରିକି ପାକିସ୍ତାନ ସହ ବାତିଲ କରିପାରେ ଅସ୍ତ୍ରବିରତି। ଅସ୍ତ୍ରବିରତି ପ୍ରସଙ୍ଗରେ ପାକିସ୍ତାନ ନିଜ ପ୍ରତିଶ୍ରୁତି ପାଳନ କରୁନାହିଁ ବୋଲି ଭାରତ ହୃଦବୋଧ କରିବା ପରେ ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି। ତେଣେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି- ସିନ୍ଧୁ ଜଳ ନେଇ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ପାକିସ୍ତାନ ୨୪ କୋଟି ଲୋକଙ୍କ ଜୀବନ ସହ ଖେଳ ପରି।
ଅନ୍ୟପଟେ ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ପ୍ରସ୍ତୁତ ଭାରତୀୟ ବାୟୁସେନା। ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ ଓ ସୁଖୋଇ ୩୦। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ଯୁଦ୍ଧାଭ୍ୟାସ ଆକ୍ରମଣ ଆରମ୍ଭ। ଉତ୍ତେଜନାକୁ ଦୃଷ୍ଟିରେ ରଖି ବାୟୁସେନାର ଯୁଦ୍ଧାଭ୍ୟାସ। ହରିୟାଣା ଅମ୍ବାଲା ଓ ପଶ୍ଚିମବଙ୍ଗ ହସିମରା ଏୟାରବେସରୁ ସମରାଭ୍ୟାସ। ପୂର୍ବ ଭାଗରେ ଥିବା ଏୟାରବେସରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ। ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର ଜେଟ୍ ବ୍ୟବହାର।
