ପାକିସ୍ତାନର ରେକର୍ଡ଼ ଭାଙ୍ଗିଲା ଭାରତ: ଅମିତ ଶାହଙ୍କ ଉପସ୍ଥିତିରେ ଫରଫର ଉଡ଼ିଲା ୭୭ ହଜାର ୭ ଶହ ତ୍ରିରଙ୍ଗା

ପାଟନା: ବିହାର ଅମିତ ଶାହଙ୍କ ଉପସ୍ଥିତିରେ ୭୭ ହଜାର ୭ ଶହ ତ୍ରିରଙ୍ଗ. ଉଡ଼ାଇ ପାକିସ୍ତାନର ରେକର୍ଡ଼ ଭାଙ୍ଗିଛି । ସ୍ୱାଧୀନତା ସଂଗ୍ରାମର ମହାନାୟକ ବାବୁ ବୀର କୁମ୍ବର ସିଂ ବିଜଉ ଉତ୍ସବରେ ଭୋଜପୁରର ଜଗଦୀଶପୁରରେ ଏହି ରେକର୍ଡ଼ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ଼ ପାକିସ୍ତାନ ନାଁରେ ଥିଲା । ଏହି କାର୍ଯ୍ୟକ୍ରମରେ ୫ ମିନିଟ୍‌ ପର୍ଯ୍ୟନ୍ତ ତ୍ରିରଙ୍ଗା ଉଡ଼ାଗଲା ।

‘ଭାରତ ମାତା କି ଜୟ’ କହି ସମ୍ବୋଦ୍ଧନ କଲେ ଅମିତ ଶାହ । ସେ କହିଲେଯେ ମୁଁ ହେଲିକପ୍ଟରରେ ଆସିବାବେଳେ ଦେଖିଲି ୫ କିଲୋମିଟର ପର୍ଯ୍ୟନ୍ତ ଲୋକେ ହାତରେ ତ୍ରିରଙ୍ଗା ଧରି ଉଡ଼ାଉଛନ୍ତି । କାର୍ଯ୍ୟକ୍ରମଠାରୁ ଅଧିକ ଏଭଳି ଦୃଶ୍ୟ ରାସ୍ତାରେ ଦେଖିବାକୁ ମିଳିଛି । ବୀର କୁମ୍ବର ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଲେ, ଇତିହାସ ତାଙ୍କ ସହିତ ଅନ୍ୟାୟ କରିଛି । ତାଙ୍କ ବୀରତା ଅନୁସାରେ ଉଚିତ୍‌ ସ୍ଥାନ ମିଳିନାହିଁ । ୫୮ ବର୍ଷରେ ଅନେକ ରାଲିକୁ ଯାଇଛି, କିନ୍ତୁ ଏଭଳି ରାଲି କେବେ ମଧ୍ୟ ଦେଖିନାହିଁ ।  ତେବେ ଏହି ସମୟରେ ସେ ଜଗଦୀଶପୁରରେ କୁମ୍ବର ସିଂଙ୍କ ସ୍ମୃତିରେ ଭବ୍ୟ ସ୍ମାରକ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଲେ ।  ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଲେଯେ, ଯଦି ପ୍ରଧାନମନ୍ତ୍ରୀ ୧୨୩ କୋଟି ଲୋକଙ୍କୁ ମାଗଣାରେ ଟିକା ଦେଇନଥାନ୍ତେ, ତେବେ କେତେ ଲୋକଙ୍କ ଜୀବନ ଯାଇଥାନ୍ତା ତାହା କହିହେବ ନାହିଁ । ଧନୀ ଲୋକ ତ ଟିକା ନେଇଥାନ୍ତେ, କିନ୍ତୁ ଗରିବର କ’ଣ ହୋଇଥାନ୍ତା? ଏଠାରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ ।

ଏହା ପୂର୍ବରୁ ଏକାଥରକେ ୫୭ ହଜାର ୫ ଶହ ଜାତୀୟ ପତାକା ଉଡ଼ାଇବାରେ ରେକର୍ଡ଼ କରିଥିଲା ।