ଭାରତର କଡ଼ା ଆଭିମୁଖ୍ୟ, ନିଷେଧ ହେଲା ୨୦ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଓ ୨ ଓ୍ୱେବସାଇଟ

1 min read

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରସାରଣ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି କେନ୍ଦ୍ର ସରକାର । ଭାରତ ବିରୋଧରେ ପ୍ରଚାର କରୁଥିବା ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ଲକ କରିଦେଇଛି । ଏଥି ସହ ଭାରତ ବିରୋଧରେ ପ୍ରଚାର ପାଇଁ ଦୁଇ ଓ୍ୱେବସାଇଟ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

 

ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକୁ ବନ୍ଦ କରିବାର ନିଷ୍ପତ୍ତି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଏବଂ ଗୁପ୍ତଚର ସଂସ୍ଥାଗୁଡ଼ିକର ସମନ୍ୱୟ ରକ୍ଷା କରି ନିଆଯାଇଛି । ସୂଚନା ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ବନ୍ଦ ହୋଇଥିବା ଚ୍ୟାନେଲ ଏବଂ ୱେବସାଇଟ୍ ଗୁଡିକ ପାକିସ୍ତାନରୁ ଏକ ସମନ୍ୱିତ ବିଚ୍ଛିନ୍ନତା ନେଟୱାର୍କର ଅଟେ । ଏହି ଚ୍ୟାନେଲ ଓ ଓ୍ୱେବସାଇଟ ମାଧ୍ୟମରେ ଭାରତର ବିଭିନ୍ନ ସମ୍ବେଦନଶୀଳ ବିଷୟରେ ମିଥ୍ୟା ଖବର ପ୍ରଚାର କରୁଥିଲା । ଏହି ଚ୍ୟାନେଲ ମାଧ୍ୟମରେ କାଶ୍ମୀର, ଭାରତୀୟ ସେନା, ରାମ ମନ୍ଦିର, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ CDS ଜେନେରାଲ ବିପିନ ରାୱତଙ୍କ ଉପରେ ବିଭାଜନକାରୀ ବିଷୟବସ୍ତୁ ପୋଷ୍ଟ କରୁଥିଲା ।

 

ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ ସୂଚନା ଅନୁସାରେ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବା ପାଇଁ ପାକିସ୍ତାନର ଏକ ଗ୍ରୁପ ଥିଲା ଯାହାର ନାମ ହେଉଛି ‘ନୂଆ ପାକିସ୍ତାନ’ । ଯାହା ପାଖରେ ୟୁଟ୍ୟୁବ ଚ୍ୟାନେଲର ଏକ ନେଟଓ୍ୱାର୍କ ରହିଥିଲା । ଏହି ଚ୍ୟାନେଲ ନେଟଓ୍ୱାର୍କ ପାଖରେ ମୋଟ ୩୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଥିଲେ । ଏହି ନେଟଓ୍ୱାର୍କର କିଛି ୟୁଟ୍ୟୁବ ଚ୍ୟାନେଲ ପାକିସ୍ତାନ ନ୍ୟୁଜ ଆଙ୍କରଙ୍କ ଦ୍ୱାରା ପରିଚାଳିତ ଅଟେ । ସୂଚନା ଅନୁସାରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ର ନିୟମ ୧୬ ଅନୁଯାୟୀ ଜରୁରୀକାଳୀନ କ୍ଷମତା ପ୍ରୟୋଗ କରି ଏହି ସବୁ ୟୁଟ୍ୟୁବ ଚ୍ୟାନେଲ ଏବଂ ଓ୍ୱେବସାଇଟକୁ ବନ୍ଦ କରିଛି ।

Leave a Reply