’ଇଣ୍ଡିଆ’ ବନାମ ’ଭାରତ’, ଜାଣନ୍ତୁ କ’ଣ କହୁଛନ୍ତି ବିରୋଧୀ ନେତା

1 min read

ନୂଆଦିଲ୍ଲୀ: ଇଣ୍ଡିଆ ବନାମ ଭାରତ । ଏହାକୁ ନେଇ ଏବେ ସାରା ଦେଶରେ ଦେଖିବାକୁ ମିଳିଛି ରାଜନୀତି । ନାଁ ବଦଳିରେ କଣ ହେବ । କାହିଁକି ବଦଳାଇବାକୁ ଚାହୁଁଛନ୍ତି । ସେପଟେ ଇଣ୍ଡିଆ ମେଣ୍ଟକୁ ନେଇ ମଧ୍ୟ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଛି । ତେବେ ଯଦି ନାଁ ବଦଳେ ତାହେଲେ କଣ ହେବ ଏହାକୁ ନେଇ ବିଶିଷ୍ଟ ରାଜନେତାମାନେ ଭିନ୍ନ ଭିନ୍ନ ମତମାନ ଦେଇଛନ୍ତି ।

ମମତା ବାନାର୍ଜୀ: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି କି, ଜି-୨୦ ଶିଖର ସମ୍ମିଳନୀ କାର୍ଡରେ କେନ୍ଦ୍ର ସରକାର ଭାରତ ଉଲ୍ଲେଖ କରିଛନ୍ତି । ଆମେ ଇଂରାଜୀରେ ଇଣ୍ଡିଆ ଏବଂ ହିନ୍ଦୀରେ ଭାରତ କହୁ । ଯାହା ସମସ୍ତେ ବେଶ ଭଲଭାବେ ଜାଣନ୍ତି । କିନ୍ତୁ ହଠାତ ଏମିତି କଣ ହେଲା ଯେ ନାମ ପରିବରର୍ତ୍ତନ କରିବାକୁ ପଡ଼ିଲା ।

ଏମ୍.କେ. ଷ୍ଟାଲିନ୍: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ କହିଛନ୍ତି କି, ଫାସିବାଦୀ ବିଜେପି ଶାସନକୁ ହଟାଇବା ପାଇଁ ବିରୋଧୀମାନେ ଏକ ମେଣ୍ଟ ଗଠନ କରିଛନ୍ତି । ଯାହାର ନାମ ’ଇଣ୍ଡିଆ’ ରଖିଛନ୍ତି । ବିଜେପି ନାମ ଡରରେ ଭାରତ ନାମ ରଖିଛନ୍ତି ।

ଅଧିର ରଞ୍ଜନ ଚୌଧୁରୀ: ହିନ୍ଦୁ ନାମ ଇଂରେଜମାନେ ଦେଇଛନ୍ତି । ମୋତେ ଲାଗୁଛି କି, ପିଏମ ମୋଦି ’ଇଣ୍ଡିଆ’ ନାମକୁ ଡରୁଛନ୍ତି । ଯେବେଠାରୁ ’ଇଣ୍ଡିଆ’ ନାମରେ ଗଠବନ୍ଧନ ହୋଇଛି ସେବେଠାରୁ ମୋଦି ଏହି ନାମକୁ ଘଣା କରୁଛନ୍ତି । ଯଦି ତାଙ୍କୁ ଇଂରେଜଙ୍କ ପ୍ରତି ଏତେ ଘୃଣା ରହିଛି ତାହେଲେ ରାଷ୍ଟ୍ରପତି ଭବନ ଯାହା ଭାଇସରାୟଙ୍କ ଘରଥିଲା ଏହାକୁ କଣ ପରିତ୍ୟାଗ କରାଯିବ କି?

ଅରବିନ୍ଦ କେଜ୍ରିଓ୍ବାଲ: ଯଦି କିଛି ଦଳର ଗଠବନ୍ଧନର ନାମ ଇଣ୍ଡିଆ ରଖାଗଲା ତାହେଲେ ଦେଶର ନାମ ବଦଳାଇବା ଦୁର୍ଭାଗ୍ୟଜନକ । ଦେଶ ହେଉଛି ୧୪୦ କୋଟି ଲୋକଙ୍କର କେଉଁ ଦଳର ନୁହେଁ । ଯଦି ଇଣ୍ଡିଆ ବଦଳରେ ଗଠବନ୍ଧନ ଭାରତ ନାମରେ ହୋଇଥାନ୍ତା ତାହେଲେ କଣ ଦେଶର ନାମ ବିଜେପି ରଖିଥାନ୍ତେ କି? ବିଜେପିକୁ ଲାଗୁଛି କି, ସେମାନଙ୍କର ଭୋଟ କମିଯିବ । ଏଣୁ ସେମାନେ ନାମ ବଦଳାଇବାକୁ ଚାହୁଁଛନ୍ତି ।

ଲିବରେସନ: ସିପିଆଇ ବିଧାୟକ କହିଛନ୍ତି ଯେ ମୋଦି ସରକାର ନୋଟବନ୍ଦୀ ପରେ ନାମବନ୍ଦୀ କରିବାକୁ ଯାଉଛନ୍ତି ।

ତେଜସ୍ବି ଯାଦବ: ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି କି, ପ୍ରଧାନନ୍ତ୍ରୀ ପୂର୍ବରୁ କହୁଥିଲେ ଭୋଟ୍ ଫର୍ ଇଣ୍ଡିଆ, ମେକ ଇଣ୍ଡିଆ । ସେତେବେଳେ କଣ ଇଂରେଜଙ୍କ ପ୍ରତି ତାଙ୍କର ଘୃଣା ନଥିଲା । ’ଇଣ୍ଡିଆ’ ଗଠବନ୍ଧନ ହେବା ପରେ ବିଜେପି ଡରିଯାଇଛି । ତେବେ ମିଳିତ ମଞ୍ଚର ସ୍ଲୋଗାନ ରହିଛି କି, ଜୁଡେଗା ଇଣ୍ଡିଆ ଜିତେଗା ଭାରତ । ଯଦି ଭାରତ ସହ କୌଣସି ଅସୁବିଧା ନାହିଁ ତାହେଲେ ଇଣ୍ଡିଆ ଲେଖିବାରେ କଣ ଅସୁବିଧା ରହିଛି । ଇଣ୍ଡିଆ ଏବଂ ଭାରତ ସମାନ ତେବେ ଏହି ସମୟରେ ଏମିତି ରାଜନୀତି କରିବା ପଛରେ କେବଳ ଭୟ ହିଁ ରହିଛି ।

ରାଘବ ଚଢ଼ା: ଏବେ ଆମର ଜାତୀୟ ପରିଚୟ ଏବେ ବିଜେପିର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ।