ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିକୁ ୬ ୱିକେଟରେ ଜିତିଲା ଭାରତ

1 min read
India Beats West Indies In 6 Wickets

କୋଲକାତା: ଦିନିକିଆ ସିରିଜ୍ ପରେ ବିଜୟରୁ ଟି-ଟ୍ୱେଣ୍ଟି ସିରିଜ୍ ଅଭିଯାନ ଆରମ୍ଭ କଲା ଭାରତ । କୋଲକାତାର ଇଡେନ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିକୁ ୭ଟି ବଲ୍ ପୂର୍ବରୁ ଜିତି ନେଇଛି ଟିମ୍ ଇଣ୍ଡିଆ । ଇଣ୍ଡିଜକୁ ୬ ୱିକେଟରେ ହରାଇଛି ରୋହିତ ବାହିନୀ । ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟାରଙ୍କ ଲଢୁଆ ପ୍ରଦର୍ଶନରେ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୫୮ ରନର ଟାର୍ଟେଟ୍ ଦେଇଥିଲା ଭ୍ରମଣକାରୀ ଦଳ ।

India Beats West Indies In 6 Wickets

ଜବାବରେ ୭ଟି ବଲ୍ ପୂର୍ବରୁ ମ୍ୟାଚ୍ ଜିତି ନେଇଛି ଭାରତ । ଭାରତ ପକ୍ଷରୁ କ୍ୟାପଟେନ୍ ରୋହିତ ଶର୍ମା ସର୍ବାଧିକ ୪୦ ରନ୍ କରିଥିଲା ବେଳେ ଇଶାନ କିଶନ ୩୫ ଓ ବିରାଟ କୋହିଲି ୧୭ ରନ୍ କରିଥିଲେ । ସୂର୍ଯ୍ୟ କୁମାର ଯାଦବ ୧୮ ବଲରେ ୩୪ ରନ୍, ଭେଙ୍କଟେଶ ଆୟାର ୧୩ ବଲରେ ୨୪ ରନ୍ କରି ଭାରତକୁ ବିଜୟ ଦେଇଥିଲେ । ଇଣ୍ଡିଜ୍ ପକ୍ଷରୁ ନିକୋଲାସ୍ ପୁରନ୍ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଭାରତ ପକ୍ଷରୁ ହର୍ଷଲ ପଟେଲ ଏବଂ ରବି ବିଷ୍ଣୋୟୀ ୨ଟି ଲେଖାଏ ୱିକେଟ୍ ନେଇଥିଲେ ।

Leave a Reply