ପୁଣି ଧୂଳି ଚାଟିଲା ପାକିସ୍ତାନ ; ୬ ୱିକେଟରେ ପାକିସ୍ତାନକୁ ପରାସ୍ତ ଭାରତ

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ହରାଇଲା ଭାରତ । ଏସିଆ କପ ସୁପର ଫୋରରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପାକିସ୍ତାନ ୨୦ ଓଭରରେ ୫ ୱିକେଟ ହରାଇ କରିଥିଲା ୧୭୧ ରନ । ଅଭିଶେକ ଶର୍ମାଙ୍କ ବିସ୍ପୋରକ ବ୍ୟାଟିଂ ଫଳରେ ଭାରତ ସହଜରେ ବିଜୟ ହାସଲ କରିଛି ।
ଏସିଆ କପ୍ କ୍ରିକେଟ୍ର ସୁପର ୪ ମ୍ୟାଚରେ ଭାରତର ଦମ୍ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍ ଅଡର୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍ ସାହିବଜାଦା ଫରହାନ୍ ସର୍ବାଧିକ ୫୮ ରନ୍ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ ।
୧୭୨ ରନ୍ ର ବିଜୟ ଲକ୍ଷ୍ୟକୁ ଭାରତ ୭ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭୪ ରନ୍ କରିଥିଲେ । ସେ ମାତ୍ର ୩୯ ବଲରୁ ୭୪ ରନ୍ କରିଥିଲେ । ସେହିପରି ଶୁଭମନ ଗିଲ୍ କରିଥିଲେ ୨୮ ବଲରୁ ୪୭ ରନ। ତିଲକ ବର୍ମା କରିଥିଲେ ୧୯ ବଲରୁ ୩୦ ରନ ।