ହଜାରେ ତମ ଦିନିକିଆ କ୍ରିକେଟ୍ ମ୍ୟାଚକୁ ୬ ୱିକେଟରେ ଜିତିଲା ଭାରତ
1 min read
ଅହମଦାବାଦ: ଦିନିକିଆରେ ଜିତ୍ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୬ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ୪୩.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା । ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ୧୭୮ ରନ୍ କରି ମ୍ୟାଚକୁ ଜିତି ନେଇଛି ।
ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ସର୍ବାଧିକ ୫୭ ରନ କରିଥିଲେ । ଦଳର ଅଧିନାୟକ ପୋଲାର୍ଡ ଶୂନ୍ ରନରେ ଚହଲଙ୍କ ବଲରେ ପ୍ୟାଭିଲିୟନ୍ ଫେରିଥିଲ । ହୋଲ୍ଡର ଓ ଫାବିଆନଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ କୌଣସି ଖେଳାଳିଙ୍କ ବ୍ୟକ୍ତିଗତ ସ୍କୋର ୨୦ ରନ୍ ଡେଇଁ ନଥିଲା । ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ୨.୪ ଓଭରରେ ଓପନର ସାଇ ହୋପେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ଚହଲ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ୱାଂଶିଟନ୍ ସୁନ୍ଦର ୩ଟି, ପ୍ରସିଦ୍ଧ କ୍ରୀଷ୍ଣା ୨ଟି, ସିରାଜ ଗୋଟିଏ ୱିକେଟ୍ ନେଇଥିଲେ । ରୋହିତ ଶର୍ମା ୫୧ ବଲରେ ୬୦ ରନ୍ କରିଥିଲେ । ପ୍ରଥମ ଦିନିକିଆ ଜିତି ଭାରତୀୟ ଦଳ ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ।