ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ସିରିଜ କବଜା କଲା ଟିମ୍ ଇଣ୍ଡିଆ

1 min read

ଗୌହାଟୀ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ କବଜା କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ସହିତ ତିନି ଟିକିଆ ସିରିଜକୁ ୨-୦ରେ ଜିତିଛି ମେନ ଇନ ବ୍ଲୁ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମାତ୍ର ୩ଓ୍ବିକେଟ ହରାଇ ୨୩୭ ରନ କରିଥିଲା ଭାରତ । ୨୨ ବଲରେ ୬୧ ରନ କରିଥିଲେ ସୂର୍ଯ୍ୟକୁମାର । ସେହିଭଳି କେଏଲ ରାହୁଲ ୫୭, ବିରାଟ କୋହଲି ୪୯ ଓ ରୋହିତ ଶର୍ମା ୪୩ ରନ କରିଥିଲେ ।

୨୩୮ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭ୍ରମଣକାରୀ ଟିମ ଆରମ୍ଭରୁ ବିପର୍ଯ୍ୟୟ ସାମ୍ନା କରିଥିଲା ମଧ୍ୟବର୍ତ୍ତି ସମୟରେ ଡେଭିଲ ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୪୫ବଲରେ ଶତକ ହାସଲ କରିଥିଲେ ମିଲର । ୪୭ବଲରେ ୧୦୬ରନ କରି ଅପରାଜିତ ରହିଥିଲେ ମିଲର । ଡି କକ ୪୮ବଲରେ ଅପରାଜିତ ୬୯ରନ ସଂଗ୍ରହ କରିଥିଲେ । ଶେଷରେ ମ୍ୟାଚକୁ ୧୬ରନରେ ଜିତି ନେଇଥିଲା ରୋହିତ ବାହିନୀ ।