spot_img

Latest Posts

କରୋନାର କାଳ : ମୁମ୍ବାଇରେ ପ୍ରସ୍ତୁତ ମାସ୍କ ମାରିବ କୋରନା ଭାଇରସ୍‌…ଭାରତ ଓ ଆମେରିକା ଲ୍ୟାବରୁ ମିଳିଲା ସବୁଜ ସଙ୍କେତ

କୋରନା ଭାଇରସକୁ ନେଇ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏହି ବିଶ୍ୱବ୍ୟାପୀ କୋରନା ଭାଇରସ କେତେବେଳେଯେ କେଉଁ ନୂଆ ରୂପ ଦେଖାଉଛି ତାହା କଳନା କରିବା କଷ୍ଟସାଧ୍ୟ । ପୃଥିବୀର ଏକାଧିକ ଦେଶ ଏହାର ଭ୍ୟାକସିନ୍‌ ପ୍ରସ୍ତୁତିରେ ଲାଗିଥିବା ବେଳେ ଏହାକୁ ନେଇ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ବାସ୍ତବରେ ମୁମ୍ବାଇ ସ୍ଥିତ ଏକ ସ୍ଟାର୍ଟ ଆପ ଏଭଳି ଏକ ମାସ୍କ ପ୍ରସ୍ତୁତ କରିଛନ୍ତି ଯାହା ନା କେବଳ କୋରନା ଭାଇରସକୁ ମୁହଁ ମାଧ୍ୟମରେ ଶରୀରକୁ ପ୍ରବେଶ କରିବାକୁ ଅଟକାଇବ ବରଂ ୫ ମିନିଟ୍‌ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ କୋରନା ଭାଇରସକୁ ମାରିବାରେ ସକ୍ଷମ ହେବ ।

ଏହା ସହିତ କିଭଳି ଭାବରେ ମାସ୍କକୁ ବାହାର କରାଯିବ ତା’ର ପ୍ରଣାଳୀ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି । ଏହା କହିବାର କାରଣ ହେଉଛି ଯଦି ଆପଣଙ୍କ ଆଖପାଖରେ କେହି କୋରନା ସଂକ୍ରମିତ ବ୍ୟକ୍ତି ଥିବେ ତେବେ ସେମାନଙ୍କ ପ୍ରଶ୍ୱାସ ଜରିଆରେ ଏହି ଭାଇରସ୍‌ ଡ୍ରପଲେଟ୍ସ ମାଧ୍ୟମରେ ବାୟୁରେ ମିଶିଥାଏ । ଏହାପରେ ନିଶ୍ୱାସ ଜରିଆରେ ଶରୀରରେ ପ୍ରବେଶ କରିଥାଏ । ଏହି ପରିସ୍ଥିତିରୁ ବଂଚିବା ପାଇଁ ଯଦି ଆପଣ ମାସ୍କର ବ୍ୟବହାର କରିଥାନ୍ତି ତେବେ ଭାଇରସ ମାସ୍କର ବାହାର ପାର୍ଶ୍ୱ ଲାଗି ରହିଥାଏ, ଯାହା କିଛି ଘଂଟା ପର୍ଯ୍ୟନ୍ତ ବଂଚି ରହିଥାଏ । ମାସ୍କ ବାହାର କରିବା ସମୟରେ ଯଦି ଆପଣ ସାମାନ୍ୟ ଅସାବଧାନତା ଅବଲମ୍ବନ କରନ୍ତି ତେବେ ଏହି ଭାଇରସ ଆପଣଙ୍କୁ ସଂକ୍ରମିତ କରିପାରେ । ଏହା ସହିତ ଏକ ଜରୁରୀ କଥା ହେଉଛି ମାସ୍କ ବାହାର କରିବା ପରେ ହାତକୁ ଭଲ ଭାବରେ ଧୋଇବା ଉଚିତ୍‌ । ନଚେତ୍‌ ଏହା ଦ୍ୱାରା ଭାଇରସ ମୁହଁ ମଧ୍ୟମରେ ଶରୀରକୁ ପ୍ରବେଶ କରିପାରେ ।

ଏବେ ମୁମ୍ବାଇର ସ୍ଟାର୍ଟ ଆପ୍‌ ଥରେମାସେନ୍ସ ପ୍ରସ୍ତୁତ କରିଥିବା ମାସ୍କକୁ ନେଇ ଦାବି କରାଯାଉଛିଯେ, ଏହି ମାସ୍କ ନା କେବଳ ଭାଇରସକୁ ଶରୀର ମଧ୍ୟରେ ପ୍ରବେଶ କରିବାରୁ ରକ୍ଷା କରୁଛି ବରଂ ମାସ୍କ ବାହାରେ ଲାଗିଥିବା ଭାଇରସକୁ ମାରିବାରେ ସକ୍ଷମ ହେଉଛି । ତେବେ ଏହି ମାସ୍କ ଉପରେ ଅଧିକ ବିଶ୍ୱାସ ବଢିବାର କାରଣ ହେଉଛି ଏହାକୁ ଉଭୟ ଭାରତ ଓ ଆମେରିକା ଲ୍ୟାବ ତରଫରୁ ସବୁଜ ସଙ୍କେତ ମିଳି ସାରିଛି । ଏହା ସହିତ ଏହାର ଦାବି କରାଯାଉଛିଯେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମାସ୍କକୁ ଇଂଟରେନେସନାଲ ଅର୍ଗାନାଇେଜସନ ଫର ଷ୍ଟାଣ୍ଡାର୍ଡ଼ାଇଜେସନ (ଆଇ.ଏସ୍‌,ଓ) ପ୍ରମାଣିତ ଆମେରିକା ପ୍ରୟୋଗଶାଳା ଏବଂ ଭାରତରେ ପରୀକ୍ଷଣ ଏବଂ ପ୍ରୟୋଗଶାଳା ପାଇଁ ରାଷ୍ଟ୍ରୀୟ ଅଧିସ୍ୱୀକୃତ ବୋର୍ଡ଼ (ଏନ୍‌.ଏ.ବି.ଏଲ) ଦ୍ବାରା ମାନ୍ୟତାପ୍ରାପ୍ତ ପୟୋଗଶାଳା ଦ୍ୱାରା ଏହି ମାସ୍କର ଉତ୍ପାଦନ ଓ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ଏହି ମାସ୍କକୁ ପ୍ରସ୍ତୁତ କରିଥିବା ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ମାସ୍କ ପ୍ରସ୍ତୁତ ପାଇଁ ନାନୋ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ତେବେ ଏହି ମାସ୍କ କେବଳ କୋରନା ନୁହେଁ ବରଂ ଅନ୍ୟ ଭାଇରସ ଆଦିକୁ ମାରିବାରେ ମଧ୍ୟ ସକ୍ଷମ ହେବ । ଆମେରିକା ଲ୍ୟାବ ଅନୁସାରେ ମୁମ୍ବାଇରେ ପ୍ରସ୍ତୁତ ଏହି ମାସ୍କ ୯୩ ପ୍ରତିଶତରୁ ଅଧିକ ଭାଇରସ ମାରିବାରେ ସକ୍ଷମ ହେଉଛି । ଏକ ଘଂଟା ମଧ୍ୟରେ ଏହା ୯୯.୯୯ ପ୍ରତିଶତ କୋରନା ଭାଇରସ୍‌କୁ ମାରି ଦେଉଛି ।

ମାସ୍କର ମୂଲ୍ୟ: ଖବର ମୁତାବକ ଏହି ମାସ୍କ ଯେତେବେଳେ ପ୍ରସ୍ତୁତ ହୋଇ ବଜାରକୁ ଆସିବ ଏହାର ମୂଲ୍ୟ ପ୍ରାୟ ୩୦୦ରୁ ୫୦୦ ଟଙ୍କା ଧାର୍ଯ୍ୟ କରାଯିବ । ଏହି ମାସ୍କକୁ ଯଦି ହାତରେ ଧୋଇବେ ତେବେ ଏହାକୁ ୧୫୦ ଥର ଧୋଇ ବ୍ୟବହାର କରି ପାରିବେ ଏବଂ ଯଦି ମେସିନ ମାଧ୍ୟମରେ ସଫା କରିବେ ତେବେ ଏହାକୁ ୧୦୦ରୁ ଅଧିକ ଥର ଧୋଇ ବ୍ୟବହାର କରି ପାରିବେ । ଯଦି କେମିକାଲ ଓ୍ବାଶ୍‌, ବ୍ଲିଚ୍‌ ଏବଂ ଡ୍ରାଇକ୍ଲିନ୍‌ ଭଳି ମାଧ୍ୟମ ଆପଣାଉଛନ୍ତି ତେବେ ଏହାକୁ ୬୦ରୁ ଅଧିକ ଥର ଧୋଇ ବ୍ୟବହାର କରି ପାରିବେ ।

Latest Posts

Don't Miss