spot_img

Latest Posts

ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା

ନନ୍ଦିଘୋଷ ବ୍ୟୁରୋ : ଭାରତ-ବାଂଲାଦେଶ ସମ୍ପର୍କରେ ବଢୁଛି ଚିକ୍ତତା। ବାଂଲାଦେଶରେ ଲାଗି ରହିଥିବା ସଂକଟ ୧୯୭୧ ପରଠାରୁ ଭାରତ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାୂବେ ସୃଷ୍ଟି ହୋଇଛି। ଚୀନ୍ ଓ ପାକିସ୍ତାନ ଭୂମିକାକୁ ନେଇ ସତର୍କ କରିଛି ସଂସଦୀୟ କମିଟି। ସଂସଦରେ ଉପସ୍ଥାପିତ ରିପୋର୍ଟରେ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବହିଷ୍କାର ଏବଂ ତାଙ୍କ ଦଳ ଆୱାମୀ ଲିଗ୍ ଦଳର ପତନ ପରେ ଇସଲାମୀୟ ଶକ୍ତିର ଉତଥାନକୁ ନେଇ ଚିନ୍ତା ପ୍ରକଟ କରିଛି। ଚୀନ୍ ଏବଂ ପାକିସ୍ତାନର ବଢ଼ୁଥିବା ପ୍ରଭାବକୁ ପ୍ରମୁଖ ପରିବର୍ତ୍ତନ ଭାବେ ଦର୍ଶାଇଛି।କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ରାଜନୈତିକ ପରିବର୍ତ୍ତନ, ଚୀନ୍ ଏବଂ ପାକିସ୍ତାନର ବର୍ଦ୍ଧିତ ପ୍ରଭାବ ଉପରେ ଚିନ୍ତା ପ୍ରକାଶ କରି ଏହି ଚେତାବନୀ ଦେଇଛି। ୧୯୭୧ ଯୁଦ୍ଧ ପରେ ବାଂଲାଦେଶର ପରିସ୍ଥିତି ଭାରତର ସବୁଠାରୁ ବଡ଼ ରଣନୈତିକ ଚ୍ୟାଲେଂଜ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କମିଟିକୁ ସୂଚନା ଦେଇଛି ଯେ ବାଂଲାଦେଶର ଆଭ୍ୟନ୍ତରୀଣ ବିକାଶରୁ ଦ୍ୱିପାକ୍ଷିକ ସମ୍ପର୍କକୁ ପୃଥକ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରାଯାଉଛି। ଭାରତ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହିତ ଆଲୋଚନା ଜାରି ରଖିଛି ଏବଂ ବାଂଲାଦେଶୀ ଲୋକଙ୍କ ଆଶା ଆକାଂକ୍ଷାକୁ ସମର୍ଥନ କରିଆସୁଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ସରକାର ନିୟମିତ ଭାବରେ ବାଂଲାଦେଶର ବିକାଶ ଉପରେ ପ୍ରାଥମିକତା ଭିତ୍ତିରେ ନଜର ରଖିଛନ୍ତି ।

Latest Posts

Don't Miss